fbpx

୬ ମାସ ପର୍ଯ୍ୟନ୍ତ ଏହି ବ୍ୟାଙ୍କରୁ ଉଠିବନି ଟଙ୍କା: RBI ଲଗାଇଲା ପ୍ରତିବନ୍ଧକ, ହେଲେ ଜମା ରାଶି…

ନୂଆଦିଲ୍ଲୀ: ଅର୍ଥନୈତିକ ସ୍ଥିତି ଖରାପ ହେଉଥିବାରୁ ଦୁଇଟି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) । ଫଳରେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଏହି ଦୁଇଟି ବ୍ୟାଙ୍କରୁ ଗ୍ରାହକ ନିଜ ଖାତାରୁ ଟଙ୍କା ଉଠାଇ ପାରିବେ ନାହିଁ । କର୍ଣ୍ଣାଟକର ଶ୍ରୀ ମଲ୍ଲିକାର୍ଜୁନ ପଟାନା ସହକାରୀ ବ୍ୟାଙ୍କ ନିୟମିତ ଏବଂ ମହାରାଷ୍ଟ୍ରର ନାସିକ ଜିଲ୍ଲା ଗିରନା ସହକାରୀ ବ୍ୟାଙ୍କ ଉପରେ ଏହି ପ୍ରତିବନ୍ଧକ ଲଗାଇଛି ରିଜର୍ଭ ବ୍ୟାଙ୍କ ।

ନାସିକ ଜିଲ୍ଲା ଗିରନା ସହକାରୀ ବ୍ୟାଙ୍କର ୯୯.୮୭ ପ୍ରତିଶତ ଆକାଉଣ୍ଟ ହୋଲ୍ଡର ଜମା ବୀମା ଏବଂ କ୍ରେଡିଟ ଗାରେଣ୍ଟି ନିଗମ(DICGC) ବୀମା ଯୋଜନା ଅଧୀନରେ ରହିଥିବା ବେଳେ ଶ୍ରୀ ମଲ୍ଲିକାର୍ଜୁନ ପଟାନା ସହକାରୀ ବ୍ୟାଙ୍କର ୯୯.୫୩ ପ୍ରତିଶତ ଜମାକର୍ତ୍ତା ଏହା ଅଧୀନରେ ରହିଛନ୍ତି । ବ୍ୟାଙ୍କର ବର୍ତ୍ତମାନର ନଗଦ ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସଞ୍ଚୟ ବ୍ୟାଙ୍କ କିମ୍ବା ଜମାକାରୀଙ୍କ ଅନ୍ୟ କୌଣସି ଆକାଉଣ୍ଟରୁ ଟଙ୍କା ଉଠାଇବା ଉପରେ ରୋକ ଲଗାଯାଇଛି । କିନ୍ତୁ ଜମା ଉପରେ ପରିଶୋଧ କରିବା ପାଇଁ କର୍ଣ୍ଣାଟକର ବ୍ୟାଙ୍କକୁ ଅନୁମତି ଦିଆଯାଇଥିବା ନେଇ କହିଛନ୍ତି କେନ୍ଦ୍ରୀୟ ବ୍ୟାଙ୍କ । ଏହି ପ୍ରକାର ସର୍ତ୍ତ ମହାରାଷ୍ଟ୍ର ବ୍ୟାଙ୍କ ଉପରେ ମଧ୍ୟ ଲାଗୁ କରାଯାଇଛି ।

ତେବେ ପ୍ରତିବନ୍ଧକ ଅନୁଯାୟୀ, ଉଭୟ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କର ବିନା ଅନୁମତିରେ ଲୋନ ଦେଇ ପାରିବେ ନାହିଁ କିମ୍ବା ଏହାର ରିନ୍ୟୁ ମଧ୍ୟ କରିପାରିବେ ନାହିଁ । ଏହାବ୍ୟତୀତ କୌଣସି ବିନିଯୋଗ କରିବା ପାଇଁ ମଧ୍ୟ ଅନୁମତି ମିଳିପାରିବ ନାହିଁ । ଉଭୟ ବ୍ୟାଙ୍କ ଋଣ ଦେବା କିମ୍ବା ନୂଆ ଜମା କରିବା ପାଇଁ ସ୍ୱୀକୃତି ଇତ୍ୟାଦି ଭଳି କୌଣସି ଦାୟିତ୍ୱ ନେଇ ପାରିବେ ନାହିଁ । ତେବେ ଏହି କାର୍ଯ୍ୟାନୁଷ୍ଠାନକୁ ବ୍ୟାଙ୍କର ଲାଇସେନ୍ସ ରଦ୍ଦ ହେବା ଭଳି ରୂପ ଦିଆଯାଇପାରିବ ନାହିଁ । ଆର୍ଥିକ ପରିସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ଉଭୟ ବ୍ୟାଙ୍କ ଏହି ପ୍ରତିବନ୍ଧକ ସହ ବ୍ୟାଙ୍କ କାମ କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ଜଣାଯାଇଛି ।

Get real time updates directly on you device, subscribe now.