fbpx

ଦୀର୍ଘ ୬ ବର୍ଷ ପରେ ଜିମ୍ବାୱେ ଗସ୍ତରେ ଯିବ ଟିମ୍ ଇଣ୍ଡିଆ, ଓପନର କେଏଲ ରାହୁଲ ସମ୍ଭାଳିବେ ଦଳର ମଙ୍ଗ

ନୂଆଦିଲ୍ଲୀ: ଛଅ ବର୍ଷ ପରେ ଜିମ୍ବାୱେ ଗସ୍ତରେ ଯିବେ ଭାରତୀୟ କ୍ରିକେଟ ଦଳ । ଆସନ୍ତା ଅଗଷ୍ଟ ୧୮ରୁ ୨୨ ତାରିଖ ମଧ୍ୟରେ ଭାରତୀୟ ଦଳ ଜିମ୍ବାୱେ ବିରୋଧରେ ତିନି ଦିନିକିଆ କ୍ରିକେଟ ମ୍ୟାଚ ଖେଳିବେ । ଜିମ୍ବୱେର ହାରାରେ ସହରରେ ଏହି ସିରିଜ ଅନୁଷ୍ଠିତ ହେବ । ଓପନର କେଏଲ ରାହୁଲ ଭାରତୀୟ ଦଳର ନେତୃତ୍ୱ ନେବା ସମ୍ଭାବନା ରହିଛି ।

ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଯେ ଏହି ସିରିଜ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ସୁପର ଲିଗ ଅନ୍ତର୍ଗତ ହୋଇ ଥିବାରୁ ଭାରତ ପାଇଁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଆସନ୍ତା ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଦିନିକିଆ ବିଶ୍ୱକପ ପାଇଁ ୧୩ ଦଳ ସିଧା ସଳଖ ଯୋଗ୍ୟତା ହାସଲ କରିବା ପାଇଁ ଥିବାରୁ ପ୍ରତ୍ୟେକ ସିରିଜର ଗୁରୁତ୍ୱ ରହିଛି । ଜିମ୍ବାୱେ ବର୍ତ୍ତମାନ ଆଇସିସି ସୁପର ଲିଗ ପର୍ଯ୍ୟାୟର ୧୨ତମ ସ୍ଥାନରେ ରହିଛି । କାରଣ ଜିମ୍ବାୱେ ଏହି ପର୍ଯ୍ୟାୟର ୧୫ ମ୍ୟାଚ ଖେଳି ତିନି ବିୟୟ ହାସଲ କରି ଥିବାରୁ ସବୁଠାରୁ ନିମ୍ନ ସ୍ଥାନରେ ରହିଛି ।

ସୂଚନା ଯୋଗ୍ୟ ଯେ ଭାରତ ଶେଷ ଥର ପାଇଁ ୨୦୧୬ରେ ଜିମ୍ବାୱେ ଗସ୍ତରେ ଯାଇଥିଲା । ସେତେବେଳେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ଜିମ୍ବାୱେ ଗସ୍ତ କରି ତିନି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ ଖେଳିଥିଲା ।

Get real time updates directly on you device, subscribe now.