fbpx

ଆସନ୍ତା ୫ ଦିନ ପାଇଁ ପାଣିପାଗ ବିଭାଗର ୱାର୍ଣ୍ଣିଂ: ଜାଣନ୍ତୁ କେଉଁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଫଳରେ ସାରା ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଏହାରି ମଧ୍ୟରେ ପୁଣିଥରେ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ଆସନ୍ତା ୫ ଦିନ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି । ତେବେ ଆସନ୍ତା ୫ ଦିନ ମଧ୍ୟରେ ବିଭିନ୍ନ ଜିଲ୍ଲାକୁ ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

୨୨ ତାରିଖ ପାଇଁ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ସମେତ କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି, ନବରଙ୍ଗପୁର ଏବଂ କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୩ ତାରିଖରେ ଗଞ୍ଜାମ,ଗଜପତି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର ଏବଂ ବରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହି ଜିଲ୍ଲା ଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂର ଅନ୍ତର୍ଭୁକ୍ତ କରିଛି ପାଣିପାଗ ବିଭାଗ । ଏହି ଦିନରେ ୟେଲୋ ୱାର୍ଣ୍ଣିଂରେ ରହିଛନ୍ତି କୋରାପୁଟ, ନବରଙ୍ଗପୁର, ରାୟଗଡା, ନୂଆପଡା, ଖୋର୍ଦ୍ଧା, ପୁରୀ, କଟକ ସମେତ ଅନୁଗୁଳ, ସୋନପୁର, ସମ୍ବଲପୁର, ନୟାଗଡ ଏବଂ ଜଗତସିଂହପୁର ।

ତେବେ ୨୩ ତାରିଖରୁ ଧିରେ ଧିରେ ବର୍ଷାର ପରିମାଣ କମିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ୨୪ ତାରିଖରୁ ୫ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୯ଟି ଜିଲ୍ଳା ପାଇଁ ପାଣିପାଗ ବିଭିାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୨୫ ତାରିଖ ଦିନ ପାଇଁ ମୋଟ ୭ଟି ଜିଲ୍ଲାରେ ସ୍ୱଳ୍ପ ପରିମାଣର ବର୍ଷା ହେବା ନେଇ ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂର ଅନ୍ତର୍ଭୁକ୍ତ କରିଛି ଭାରତୀୟ ପାଣିପାଗ କେନ୍ଦ୍ର ।

Get real time updates directly on you device, subscribe now.