fbpx

ଚନ୍ଦ୍ରକୁ ଯିବ ବୁଲେଟ ଟ୍ରେନ : ମଙ୍ଗଳ ଗ୍ରହକୁ ମଧ୍ୟ ଯିବା ପାଇଁ ପ୍ରସ୍ତୁତି କରୁଛି ଏହି ଦେଶ

ଓଡିଶା ଭାସ୍କର: ମଣିଷ ନିଜର ବୁଦ୍ଧି ଏବଂ କୌଶଳ ବ୍ୟବହାର କରି ନୂଆ ନୂଆ ଉଦ୍ଭାବନ କରିଚାଲିଛି । ଏଥି ସହ ଅନ୍ୟ ଚନ୍ଦ୍ର ଏବଂ ମଭ୍ଗଳ ଆଦି ଗ୍ରହକୁ ଯିବା ପାଇଁ ମଧ୍ୟ ଚେଷ୍ୟା ଜାରି ରଖିଛି । ଏଥିମଧ୍ୟରେ ମହାକାଶକୁ ଏକ ବୁଲେଟ୍ ଟ୍ରେନ ଯିବା ପାଇଁ ଆରମ୍ଭ ହୋଇଛି ଯୋଜନା । ଅନେକ ଦେଶ ମନୁଷ୍ୟକୁ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ପଠାଇବା ପାଇଁ କାର୍ଯ୍ୟ କରୁଛନ୍ତି ସତ । କିନ୍ତୁ ଏଭଳି ଯୋଜନାକୁ ଆଜି ପର୍ଯ୍ୟନ୍ତ କୌଣସି ବି ଦେଶ ବିଚାରକୁ ନେଇ ନାହାନ୍ତି । ଏହି ପ୍ରକଳ୍ପ ମହାକାଶ ଯାତ୍ରାକୁ ଆହୁରି ସୁନ୍ଦର କରି ଦେଇପାରେ । ତେବେ ଏମିତି ଏକ ପ୍ରସ୍ତାବ ଦେଇଛନ୍ତି ଜାପାନର କାଇଟୋ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ।

ମଙ୍ଗଳ ଓ ଚନ୍ଦ୍ରକୁ ମଣିଷ ପଠାଇବା ପାଇଁ ଜାପାନ ଏପରି ଏକ ଯୋଜନା ଉପସ୍ଥାପନ କରିଛି । ବୁଲେଟ ଟ୍ରେନ ସହିତ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ଏପରି ଏକ ବାସଯୋଗ୍ୟର ଗଠନ ପାଇଁ ପ୍ରସ୍ତାବ ଦେଇଛି ଜାପାନ । ଯେଉଁଠି ପୃଥିବୀ ପରି ଗଭୀରତା ସହିତ ବାୟୁମଣ୍ଡଳ ଓ ବୃକ୍ଷଲତାର ବାତାବରଣ ମଧ୍ୟ ଅନୁଭୁତ ହେବ । ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଜାପାନ କାଇଟୋ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ କାଜିମା କନଷ୍ଟ୍ରକସନ ସହିତ ଏହି ଯୋଜନା ପ୍ରସ୍ତୁତ କରୁଛନ୍ତି । ଯାହାକି ମହାକାଶ ଯାତ୍ରାକୁ ବଦଳାଇ ଦେଇପାରେ ।

See the moon and Mars shine close together on Thanksgiving eve tonight | Space

ତେବେ ଏହି ଅନ୍ତରୀକ୍ଷ ପ୍ଲାନେଟାରୀ ପରିବହନ ବ୍ୟବସ୍ଥାର ନାମ ହେକ୍ସାଟ୍ରାକ୍ ରଖାଯାଇଛି । ସେହିପରି ଅଧିକ ଦୂରତା ଯାତ୍ରା ସମୟରେ କମ୍ ମାଧ୍ୟାକର୍ଷଣ ବଜାୟ ରଖିବ ଏହି ଟ୍ରେନ । ଏହି ବୁଲେଟ୍ ଟ୍ରେନରେ ଷୋଳ କୋଣିଆ ଆକାରର କ୍ୟାପସୁଲ୍ ମଧ୍ୟ ରହିବ । ଯାହାକି ପୃଥିବୀ ଓ ଚନ୍ଦ୍ରକୁ ସଂଯୋଗ କରିବାକୁ କାର୍ଯ୍ୟ କରିବ । ଏହି କ୍ୟାପସୁଲଟି ୧୫ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଅଟେ । ଏହି କ୍ୟାପସୁଲ ଗୁଡିକ ଜର୍ମାନୀ ଏବଂ ଚୀନର ମ୍ୟାଗଲେଭ ଟ୍ରେନରେ ବ୍ୟବହୃତ ହୁଏ ।

Japan's Bullet Train Will Take You to the Moon And Mars, Here's How

ସେହିପରି ଏହି ବୁଲେଟ ଟ୍ରେନର ଷ୍ଟେସନ ମଧ୍ୟ ରହିବ । ଚନ୍ଦ୍ରରେ ଥିବା ଗେଟୱେ ଉପଗ୍ରହକୁ ଚନ୍ଦ୍ର ଷ୍ଟେସନ କୁହାଯିବା ବେଳେ ମଙ୍ଗଳ ଗ୍ରହରେ ଥିବା ଫୋବୋସ୍ ଗ୍ରହକୁ ମଙ୍ଗଳ ଷ୍ଟେସନ ଏବଂ ପୃଥିବୀରେ ଥିବା ଷ୍ଟେସନ ଗୁଡିକୁ ଟେରା ଷ୍ଟେସନ କୁହାଯିବ । ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ଟ୍ରେନ କିପରି ଚାଲିବ, ସେ ନେଇ ମଧ୍ୟ ଯୋଜନା ମଧ୍ୟ କରିଛି ଜାପାନ ।

ବର୍ତ୍ତମାନ ଆମେରିକା ଏବଂ ୟୁଏଇ ମଙ୍ଗଳ ଗ୍ରହରେ ଏକ ବସତି ସ୍ଥାପନ ପାଇଁ ଯୋଜନା କରୁଛନ୍ତି । ସେହିପରି ମଙ୍ଗଳ ଏବଂ ଚନ୍ଦ୍ରକୁ ମାନବ ଯାତ୍ରା ପାଇଁ ନାସା ବିଭିନ୍ନ ପ୍ରକାର ଅନୁସନ୍ଧାନ ଜାରି ରଖିଛି । ସେପଟେ ଚୀନ ମଧ୍ୟ ତାର ଯୋଜନା ଉପରେ ସ୍ୱତନ୍ତ୍ର ଭାବରେ କାର୍ଯ୍ୟ କରୁଛି । ତେଣୁ ଜାପାନୀ ପ୍ରସ୍ତାବ ଗୁଡିକ ମହାକାଶ ଯାତ୍ରା ଜଗତରେ ଏକ ପ୍ରମୁଖ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.