fbpx

ଆଜି ପ୍ରଥମ ଦିନିକିଆ : ୱେଷ୍ଟଇଣ୍ଡିଜ ବିପକ୍ଷରେ ମଇଦାନକୁ ଓହ୍ଲାଇବେ ଟିମ୍ ଇଣ୍ଡିଆର ଯୁବ ବିଗ୍ରେଡ୍ , ଅଧିନାୟକ ମଙ୍ଗ ସମ୍ଭାଳିବେ ଧାଓ୍ବନ

ପୋର୍ଟଅଫସ୍ପେନ: ଆଜିଠୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିବ ଟିମ ଇଣ୍ଡିଆ। ଏଥିପାଇଁ ବର୍ଷା ସତ୍ତ୍ବେ ଭାରତୀୟ ଟିମ୍ ସମସୟ ନଷ୍ଟ ନ କରି ଇଣ୍ଡୋର ଅଭ୍ୟାସ କରିଥିଲେ। ଦଳ ଉନ୍ନତ ପଦର୍ଶନ ସହ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି  ଭାରତୀୟ ଟିମ୍। ସେହିଭଳି ଘରୋଇ ଦଳ ବିପର୍ଯ୍ୟୟ ଘଟାଇବାକୁ  ପ୍ରସ୍ତୁତ କରିଛି। ଫଳରେ ଆଜି ଖେଳାଯିବାକୁ ଥିବା ମ୍ୟାଚ୍ ଅତି ସଂଘର୍ଷପୂର୍ଣ୍ଣ ହେବା । ତେବେ ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକି ମ୍ୟାଚ୍‌ରେ ରାେହିତ ଶର୍ମାଙ୍କୁ ବିଶ୍ରମା ଦିଆଯାଇଥିବାରୁ ଭାତରୀୟ ଦଳ ନେତୃତ୍ବ  କରିବେ ଶିଖର ଧାଓ୍ବନ।

ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଶୁବମନ ଗିଲ କହିଛନ୍ତି ଯେ ଆମେ ବୁଧବାର ଇଂଲଣ୍ଡରୁ ଆସି ଏଠାରେ ପହଞ୍ଚି ଥିବାରୁ ଗୁରୁବାର ଆଉଟ ଡୋର ଅଭ୍ୟାସ କରିବା ଲକ୍ଷ୍ୟ ରଖିଥିଲୁ । ମାତ୍ର ବର୍ଷାଯୋଗୁଁ ସମ୍ଭବ ହୋଇ ପାରିଲାନି । ତେଣୁ ବାଧ୍ୟହୋଇ ଇଣ୍ଡୋର ଅଭ୍ୟାସ କରିବାକୁ ପଡିଲା । ତଥାପି ଆମେ ଖୁସି ଅନୁଭବ କରୁଛୁ ।

ସୂଚନା ଯୋଗ୍ୟ ଯେ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ବିରାଟ କୋହଲି, ରିଷଭ ପନ୍ତ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାଙ୍କୁ ଏହି ସିରିଜ ପାଇଁ ବିଶ୍ରାମ ଦିଆ ଯାଇଥିବାବେଳେ ଭେଟେରାନ ଓପନର ଶିଖର ଧାୱନଙ୍କୁ ଷ୍ଟେଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରା ଯାଇଛି । ତେବେ ଆସନ୍ତା ୨୯ ତାରିଖରୁ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବା ପାଇଁ ଥିବା ଦିନିକିଆ ସିରିଜ ପାଇଁ ବିଶ୍ରାମ ନେଇ ଥିବା ସମସ୍ତ ବରିଷ୍ଠ ଖେଳାଳି ଦଳରେ ସ୍ଥାନ ପାଇଛନ୍ତି । ତେଣୁ ଏକାଧିକ ବରିଷ୍ଠ ଖେଳାଳିଙ୍କ ଅନୁ ସ୍ଥିତିରେ ଦିନିକିଆ ସିରିଜ ଜିତିବା ଅଧିନାୟକ ଶିଖର ଧାୱନଙ୍କ ବଡ ଚାଲେଞ୍ଜ ।

ସେହିପରି ଓପନର ଋତୁରାଜ ଗାଏକ୍ୱାଡ, ସଞ୍ଜୂ ସାମସନ ,ଇଶାନ କିଶାନଙ୍କ ସହିତ ଏକାଧିକ ନବାଗତ ଯୁବ ଖେଳାଳି ଦିନିକିଆ ସିରିଜରେ ନିଜର ଦକ୍ଷତା ପ୍ରତି ।ଦନ ପାଇଁ ସୁଯୋଗ ପାଇଛନ୍ତି । ଭାରତୀୟ ଦିନିକିଆ ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳି ମାନେ ହେଲେ- ଶୁଭମନ ଗିଲ,ଦୀପକ ହୂଦା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟାର, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଯୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅଭେସ ଖାନ୍‌, ମହମଦ ସିରାଜ, ଆର୍ଶଦୀପ ସିଂ । ଘରୋଇ ୱେଷ୍ଟଇଣ୍ଡିଜ ଲଗାତର ସୀମିତ ଓଭର ସିରିଜ ହାରି ଆସୁଥିବା ଦୃଷ୍ଟିରୁ ଭାରତ ବିପକ୍ଷ ସିରିଜରେ ଭଲ ଖେଳିବା ପାଇଁ ମାନସିକ ସ୍ତରରେ ଜୋରଦାର ପ୍ରସ୍ତୁତି ଚଳାଇଛି ବୋଲି କହିଛନ୍ତି ଅଧିନାୟକ ନିକୋଲାସ ପୂରନ ।

Get real time updates directly on you device, subscribe now.