fbpx

ଜିରାଫ୍‌ର ନାହିଁ ଭୋକାଲ୍‌ କଡ୍‌, ସାରା ଜୀବନ ନୀରବରେ ବିତେଇ ଥାଏ

ନୂଆଦିଲ୍ଲୀ:  ସାଧାରଣରେ ପ୍ରାୟ ସବୁ ପ୍ରାଣୀଙ୍କର ଭୋକାଲ୍‌ କଡ୍‌ ବା ସ୍ୱର ତନ୍ତ୍ରି ଥାଏ । ସେଥିଲାଗି ମଣିଷ କଥା କହେ । ଗାଈ ହମ୍ବା ରଡ଼ି ଛାଡ଼େ । ସିଂହ ଗର୍ଜନ କରେ । ମାତ୍ର ଏମିତି ଏକ ପ୍ରାଣୀ ହେଉଛି ଜିରାଫ୍‌ ଯାହାର ଭୋକାଲ୍‌ କଡ୍‌ ନ ଥାଏ । ତେଣୁ ଜିରାଫ୍ର ସ୍ୱରକୁ ଆଜିଯାଏ କେହି ବି ଶୁଣି ନାହାନ୍ତି । ଏହି ପ୍ରାଣୀଟି ସାରା ଜୀବନ ପାଟି ବନ୍ଦ ରଖି ନୀରବରେ ବିତେଇଥାଏ । କେବଳ କେତେବେଳେ କେମିତି ଛିଙ୍କିବା ଭଳି ଶବ୍ଦ କରେ ନ ହେଲେ ଜୋରରେ ନିଃଶ୍ୱାସ ମାରିବା ଭଳି ଶବ୍ଦ କରେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରତ୍ୟେକ ପ୍ରାଣୀର ଭୋକାଲ୍‌ କଡ୍‌ ରହିବା ସହିତ ଏକ ଭୋକାଲ୍‌ ବକ୍ସ୍‌ ମଧ୍ୟ ଥାଏ । ଏହାକୁ ପ୍ରାଣୀବିଜ୍ଞାନ ଭାଷାରେ କୁହାଯାଏ ଲାରିଙ୍କ୍ସ୍‌ ।

Get real time updates directly on you device, subscribe now.