fbpx

(Video) ଜେରା ବେଳେ ପ୍ରକୃତିଙ୍କୁ ଏହି ୧୫ଟି ପ୍ରଶ୍ନ ପଚାରିଲା ପୋଲିସ, ବାବୁସାନଙ୍କୁ କେବେ କରାଯିବ ଜେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ରିଲେସନସିପକୁ ନେଇ ସୃଷ୍ଟି ହୋଇଥିବା କଳହ ପାଇଁ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି । ଦୁହେଁ ଏୟାରପୋର୍ଟ ଯାଉଥିବା ସମୟରେ ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରୁ ସେମାନଙ୍କୁ ଧରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି । ତେବେ ଏହା ମଧ୍ୟରେ ପ୍ରକୃତି ଚେନ୍ନାଇରୁ ଭୁବନେଶ୍ୱର ଫେରିଆସିଛନ୍ତି ।

ଭୁବନେଶ୍ୱର ଖାରବେଳ ନଗର ପୋଲିସ ଆଜି ପ୍ରକୃତିଙ୍କୁ ତାଙ୍କ ବାସଭବନରେ ଦୀର୍ଘ ଏକ ଘଣ୍ଟା ଧରି ଜେରା କରିଛି । ଏହି ଜେରା ସମୟରେ ପୋଲିସ ପ୍ରକୃତିଙ୍କୁ ୧୦ଟି ପ୍ରଶ୍ନ କରିଥିବା ଜଣାପଡ଼ିଛି । ପ୍ରଶ୍ନ-୧: ସେଦିନ ସକାଳେ ତୁମେ କୁଆଡ଼େ ଏବଂ କାହିଁକି ଯାଉଥିଲ, ପ୍ରଶ୍ନ-୨: ବାବୁସାନ କେମିତି ତୁମ ସହିତ ସକାଳେ ଦେଖାହେଲେ, ପ୍ରଶ୍ନ-୩: ସେଦିନ ସକାଳେ ଗଣ୍ଡଗୋଳ କେଉଁ ପରିସ୍ଥିତିରେ ହୋଇଥିଲା, ପ୍ରଶ୍ନ-୪: କେତେଜଣ ଗଣ୍ଡଗୋଳ କରୁଥିଲେ ଓ ସେମାନଙ୍କୁ ତୁମେ ଚିହ୍ନିଛ କି ନାହିଁ, ପ୍ରଶ୍ନ-୫: ଚେନ୍ନାଇ ତୁମ ସହିତ କିଏ କିଏ ଯାଇଥିଲେ ଓ ସେଠାରେ କେଉଁଠାରେ ରହୁଥିଲ ।

ପ୍ରଶ୍ନ-୬: ବାବୁସାନଙ୍କ ସହିତ ତୁମର ସମ୍ପର୍କ କେତେଦିନର ଏବଂ ଏହାର ନିବିଡ଼ତା କ’ଣ, ପ୍ରଶ୍ନ-୭: ବାବୁସାନଙ୍କ ସହିତ ଏକାଠି ରହୁଥିଲ କି, ପ୍ରଶ୍ନ-୮: ଦୁଇ ପରିବାର ତୁମ ଦୁଇ ଜଣଙ୍କ ସମ୍ପର୍କକୁ ନେଇ କ’ଣ କ’ଣ କହୁଥିଲେ ଏବଂ କଥାବାର୍ତ୍ତା ହୋଇଥିଲା କି । ଜେରା ସମୟରେ ପୋଲିସ ପ୍ରକୃତିଙ୍କୁ ଏପରି ଏକାଧିକ ପ୍ରଶ୍ନ କରିଥିବା କୁହାଯାଉଛି । ତେବେ ବାବୁସାନ ଏବେ କେଉଁଠି ସେନେଇ କିଛି ସୁରାକ ମିଳିନଥିବା ବେଳେ ତାଙ୍କୁ ମଧ୍ୟ ଜେରା ପାଇଁ ପୋଲିସ ପୂର୍ବରୁ ସମନ କରିସାରିଛି ।

Get real time updates directly on you device, subscribe now.