fbpx

ଆଜିଠୁ ଏହି ରାଶିମାନଙ୍କର ଚମକିବ ଭାଗ୍ୟ: ବୁଦ୍ଧଦେବଙ୍କ କୃପାରୁ ମିଳିବ ଅପୂର୍ବ ସଫଳତା

ଓଡିଶା ଭାସ୍କର: ଗ୍ରହମାନଙ୍କର ରାଜକୁମାର ବୁଦ୍ଧଦେବ ଅଗଷ୍ଟ ୧ ତାରିଖ ମଧ୍ୟରାତ୍ରି ୩.୫୫ରୁ ରାଶି ପରିବର୍ତ୍ତନ କରିବେ । କର୍କଟ ରାଶିରୁ ସିଂହ ରାଶିରେ ପାଦ ରକିବେ ବୁଦ୍ଧଦେବ । ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ସିଂହ ରାଶିରେ ରହିବା ପରେ କନ୍ୟା ରାଶିରେ ପ୍ରବେଶ କରିବେ ଗ୍ରହର ରାଜକୁମାର । ତେବେ ବୁଦ୍ଧଦେବଙ୍କ ଏହି ରାଶି ପରିବର୍ତ୍ତନର ପ୍ରଭାବ ସମସ୍ତ ୧୨ଟି ଯାକ ରାଶି ଉପରେ ପଡିବ । କିନ୍ତୁ ବିଶେଷ କରି କିଛିଟା ରାଶିରେ ପ୍ରଭୁଙ୍କର କୃପା ଖୁବ ଅଧିକ ବର୍ଷିବ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକମାନଙ୍କୁ ମିଳିବ ସବୁଠୁ ଅଧିକ ଫାଇଦା:

ମେଷ: ବୁଧ ଗୋଚର ଆପଣଙ୍କ ରାଶିରେ ପଞ୍ଚମ ଘରେ ରହିଥିବାରୁ ଏହା ଆପଣଙ୍କ ପାଇଁ ଖୁବ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଏହି ସମୟରେ ଆପଣଙ୍କୁ ବିଭିନ୍ନ କାର୍ଯ୍ୟରେ ସଫଳତା ହାସଲ ହୋଇପାରେ । ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁଫଳ ମିଳିବ । ସନ୍ତାନମାନଙ୍କ ତରଫରୁ କୌଣସି ସୁସମାଚାର ମିଳିପାରେ । ବୁଧଙ୍କ କୃପାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଲଭ୍ ଲାଇଫ ମଧ୍ୟ ଖୁବ ସୁନ୍ଦର ରହିବ ।

କର୍କଟ: ଏହି ରାଶିର ଦ୍ୱିତୀୟ ଗରେ ରହିଛନ୍ତି ବୁଧ ଗୋଚର । ଏଣୁ ଆପଣଙ୍କୁ ଏହି ସମୟରେ ଶୁଭ ପରିଣାମ ପ୍ରାପ୍ତି ହେବ । ଏହାହରି ମଧ୍ୟରେ ଆପଣଙ୍କ ଭାଷାରେ ମଧ୍ୟ ସୁଧାର ଆସିବ । ଆପଣଙ୍କ ଆୟ ବୃଦ୍ଧି କରିବା ପାଇଁ ବିଭିନ୍ନ ମାଧ୍ୟମ ମଧ୍ୟ ମିଳିବ । ତେବେ ଦୀର୍ଘ ଦିନରୁ ଅଟକି ରହିଥିବା କିଛି ଧନ ଆପଣଙ୍କ ନିକଟକୁ ଫେରିଆସିପାରେ । ଚାକିରି ପାଇଁ ବ୍ୟଥୀତ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସମୟ ଏକ ବରଦାନ ପାଲଟିବ ।

ତୁଳା: ଏହି ରାଶିର ଏକାଦଶ ସ୍ଥାନରେ ବୁଧ ଗୋଚର ଅବତୀର୍ଣ୍ଣ ହୋଇଛନ୍ତି । ଏଣୁ ଆପଣଙ୍କ ପାଇଁ ମଧ୍ୟ ଏହା ଶୁଭ ସଂକେତ ଦେଉଛି । ବୁଧଙ୍କ ପ୍ରଭାବରୁ ଆପଣଙ୍କ କ୍ୟାରିୟରରେ ଉନ୍ନତି ମିଳିପାରିବ । ଆପଣଙ୍କ କାର୍ଯ୍ୟର ଖୁବ ପ୍ରଶଂସା ମଧ୍ୟ ମିଳିବ । ସନ୍ତାନମାନଙ୍କ ସହ ଜଡିତ କିଛି ଅସୁବିଧା ଦୂର ହୋଇଯିବା ସହ ଅନେକ କଠିନ କାର୍ଯ୍ୟରେ ବିଜୟ ହାସଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

କୁମ୍ଭ: କୁମ୍ଭ ରାଶିର ସପ୍ତମ ଘରେ ରହିଛନ୍ତି ବୁଧ ଗୋଚର । ତେଣୁ କ୍ମ୍ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଏହି ସମୟ ଖୁବ ଲାଭଦାୟକ ରହିବ । ଏହି ସମୟ ମଧ୍ୟରେ ଆପଣଙ୍କୁ ସଫଳତା ହାସଲ ହୋଇପାରେ । କିନ୍ତୁ ଆପଣଙ୍କୁ କିଛିଟା ଉତ୍ଥାନ-ପତନ ପରିସ୍ଥିତି ଦେଇ ଗତି କରିବାକୁ ପଡିପାରେ । ତେବେ ବ୍ୟବସାୟୀଙ୍କ ପାଇଁ ଏହି ସମୟରେ ଅତି ଉତ୍ତମ ରହିବ । ସରକାରୀ ଚାକିରି ଖୋଜୁଥିବା ପିଲାମାନଙ୍କୁ ସଫଳତା ହାସଲ ହୋଇପାରେ ।

Get real time updates directly on you device, subscribe now.