ନୂଆଦିଲ୍ଲୀ: ଏବେ ରଡ୍ ସିମେଣ୍ଟର ଦାମକୁ ଦେଖିଲେ ଘର ନିର୍ମାଣ କରିବା ପାଇଁ ସ୍ୱପ୍ନ ଦେଖୁଥିବା ଲୋକମାନଙ୍କ ଆଶା ଖୁବ ଶୀଘ୍ର ପୂରଣ ହେବ ବୋଲି ଆଶା କରାଯାଉଛି । ଗତ କିଛି ଦିନ ତଳେ ରଡ୍ ର ଦାମ କମିଥିଲା । କିନ୍ତୁ ଏବେ ଏଥିରେ ପୁଣି ଥରେ ବୃଦ୍ଧି ଘଟିଛି । ଏହାପରେ ମଧ୍ୟ ରଡ୍ ମୂଲ୍ୟରେ ଏତେ ବଡ ପରିବର୍ତ୍ତନ ହୋଇନାହିଁ । ଅନେକ ସହରରେ ରଡ୍ ଟନ ପିଛା ୫୦୦ରୁ ୨୨୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି । ତେବେ ଆଗକୁ ଏହି ରେଟ୍ ଆହୁରି ବଢିବ ବୋଲି ଆଶା କରାଯାଉଛି ।
ଘରର ଶକ୍ତି ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ହେଉଛି ରଡ୍ । ତେଣୁ ଏହାର ମୂଲ୍ୟ ହ୍ରାସ ପାଇବା ଯୋଗୁଁ ଘର ନିର୍ମାଣ କରିବାର ଖର୍ଚ୍ଚ ମଧ୍ୟ କମ୍ ହୋଇଥାଏ । ନିକଟରେ ବର୍ଷା ଯୋଗୁଁ ଗୃହନିର୍ମାଣ କାର୍ଯ୍ୟରେ ଧିମା ଗତିର ପ୍ରଭାବ ରଡ୍ ମୂଲ୍ୟ ଉପରେ ମଧ୍ୟ ପଡିଥିଲା । ଯାହା ଫଳରେ ରଡ୍ ମୂଲ୍ୟରେ ୪୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ଏହି ଦାମ ପୁଣିଥରେ ବୃଦ୍ଧି ପାଇଛି ।
ଭାରତର ପ୍ରମୁଖ ସହର ଗୁଡିକରେ ରଡ୍ ରେଟ୍ ଅଲଗା ଅଲଗା ଭାବେ ହ୍ରାସ ପାଇଛି । ବର୍ତ୍ତମାନ ଦେଶରେ ବିଭିନ୍ନ ସହରରେ ରଡ୍ ର ତାଜା ରେଟ୍ ଟନ ପିଛା ୫୦ ହଜାରରୁ ୬୦ ହଜାର ମଧ୍ୟରେ ରହିଛି । ଉତ୍ତରପ୍ରଦେଶର କ।।ନପୁରରେ ରଡ୍ ରେଟ୍ ୫୯ ହଜାର ପ୍ରତି ଟନ୍ ରହିଛି । ଏହି ଦାମରେ ପୃଥକ ଭାବରେ ଜିଏସଟି ମଧ୍ୟ ଲାଗୁ କରାଯିବ ।