fbpx

ଓଡିଶା ପାଇଁ ସଂସଦଗୃହରେ କ’ଣ ଦାବୀ ରଖିଲେ ସଙ୍ଗୀତା

ନୂଆଦିଲ୍ଲୀ: ଆଜି ଲୋକସଭାରେ ୱାଇଲ୍ଡ ଲାଇଫ ସଂଶୋଧନ ବିଲ ପାରିତ ହୋଇଛି । ଏହି ସମୟରେ ସଂସଦରେ ଓଡିଶା ପାଇଁ ଦାବୀ କରିଛନ୍ତି ବିଜେପି ସାଂସଦ ସଙ୍ଗୀତା ସିଂ ଦେଓ । ଓଡିଶାରେ ଦୁଇଟି ଜାତୀୟ ପାର୍କ ନିର୍ମାଣ ଲାଗି ସେ ଦାବୀ କରିଛନ୍ତି । ସେ କହିଛନ୍ତି ନରସିଂହ ନାଥ ଆଉ ହରିଶଙ୍କର ରାଜ୍ୟରୁ ଦୁଇଟି ପ୍ରମୁଖ ସ୍ଥାନ ରହିଛି ଯାହା ପର୍ଯ୍ୟଟକ ମାନଙ୍କର ଦୃଷ୍ଟି ଆକର୍ଷଣ କରିବା ସହିତ ଏହାକୁ ଜାତୀୟ ଉଦ୍ୟାନର ମାନ୍ୟତା ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ।

ଏହା ସହିତ ସେ ସମୟେ ସମୟେ ଜଙ୍ଗଲରେ ଲାଗୁଥିବା ନିଆଁ କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।ଗତବର୍ଷ ଯେଉଁଭଳି ଶିମିଳିପାଳରେ ନିଆଁ ଲାଗି ୧୫ ହଜାରରୁ ଅଧିକ ଗଛ ପୋଡି ନଷ୍ଟ ହୋଇଥିଲା ଏହା ସହିତ କିଛି ଜଙ୍ଗଲ କର୍ମଚାରୀ ମାନେ ମଧ୍ୟ ଏଥିରେ ଜଳିଯାଇଥିବା କଥା ସେ ପ୍ରକାଶ କରିଛନ୍ତି । ତେଣୁ ଏହାର ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି । ଏହି ଦିଗରେ ସେ ଜଙ୍ଗଲ ସୁରକ୍ଷା କର୍ମୀ ମାନଙ୍କୁ ଅଧିକ ପ୍ରଶିକ୍ଷଣ, ନୂତନ କୌଶଳ ଯଥା ଡ୍ରୋନ ଆଦିର ବ୍ୟବହାର ଦ୍ୱାରା ଜଙ୍ଗଲରେ ଲାଗୁଥିବା ନିଆଁକୁ ଯଥା ସମ୍ଭବ କିପରି ଆୟତକୁ ନିଆଯାଇ ପାରିବ ସାଂସଦ ପ୍ରକାଶ କରିଛନ୍ତି ।

 

Get real time updates directly on you device, subscribe now.