fbpx

ପୁଣି ଏକାଠି ହେବେ କଙ୍ଗନା ଓ ମଧୁର ଭଣ୍ଡାରକର, ଖୁବ୍‌ଶୀଘ୍ର ଆଗାମୀ ଫିଲ୍ମରେ ଆସିବେ ନଜର

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତଙ୍କ ନିକଟରେ ଗୋଟିଏ ପରେ ଗୋଟିଏ ସିନେମା ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନରୁ ବାଦ୍‌ ପଡିଥିଲା । କିନ୍ତୁ ନିଜ ପ୍ରଚେଷ୍ଟାରେ ସିନେମାର ଆଗଧାଡ଼ିର ନାୟିକା ଭାବେ ଗଢ଼ି ତୋଳିଛନ୍ତି । ସେଇଥିାଇଁ ତ ଆଗକୁ ତାଙ୍କର ବଡ ସିନେମା ପରଦାକୁ ଆସିବାକୁ ଯାଉଛି । ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ଏମରଜେନ୍ସିର ଫାଷ୍ଟ୍‌ ଲୁକ୍‌ଠାରୁ ଆରମ୍ଭକରି ଟିଜର ପର୍ଯ୍ୟନ୍ତ ସବୁକିଛି ଦର୍ଶକଙ୍କ ମନ ମୋହିଛି । ଅନେକ ଲୋକ କହୁଛନ୍ତି ଏହି ଚରିତ୍ର ପାଇଁ କଙ୍ଗନା ପର୍ଫେକ୍ଟ ଚଏସ୍‌ । ଏଥିରେ ସେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ । ତା ସହିତ ବି ଅନେକ ସିନେମା ଲାଇନ୍‌ରେ ଅଛି । ସେଥିରେ ଚାରଚାନ୍ଦ୍‌ ଲଗାଇବା ପାଇଁ ଏବେ ସେ ଏକାଠି ହୋଇଛନ୍ତି ମଧୁର୍‌ ଭଣ୍ଡାରକରଙ୍କ ସାଙ୍ଗେ ।

ଫ୍ୟାସନ୍‌ ଫିଲ୍ମରେ କଙ୍ଗନା ମଧୁର ଭଣ୍ଡାରକରଙ୍କ ନିର୍ଦ୍ଦେଶନାରେ କାମ କରିଥିଲେ । ଏହା ତାଙ୍କ କ୍ୟାରିୟରରେ ଟର୍ଣ୍ଣିଂ ପଏଣ୍ଟ୍‌ ଆଣିଦେଇଥିଲା । ଏବେ ଅତି ଶୀଘ୍ର ସେ ମଧୁରଙ୍କର ଆଗାମୀ ଫିଲ୍ମରେ ନଜର ଆସିବେ ବୋଲି ଖବର ମିଳୁଛି । ଏହି ସିନେମାଟି କାଶ୍ମୀରୀ ସିଙ୍ଗରଙ୍କ ଉପରେ ଟେରିରିଷ୍ଟ୍‌ ଆକ୍ରମଣ ଓ ହତ୍ୟାକାଣ୍ଡ ଉପରେ ଆଧାରିତ । ନ୍ୟାସ୍‌ନାଲ୍‌ ଆୱାର୍ଡ ପ୍ରାପ୍ତ ନିର୍ଦ୍ଦେଶକ ମଧୁର୍‌ ଭଣ୍ଡାରକର ୪ଟି ନ୍ୟାସ୍‌ନାଲ୍‌ ଆୱାର୍ଡ ପାଇଥିବା ଅଭିନେତ୍ରୀ ପଦ୍ମଶ୍ରୀ କଙ୍ଗନା ରଣାୱତ୍‌ଙ୍କୁ ନିଜର ଏହି ସିନେମାରେ କାଷ୍ଟ କରିବାକୁ ମନବଳାଇ ସାରିଥିବା ଶୁଣିବାକୁ ମିଳୁଛି । ରିପୋର୍ଟ ଅନୁଯାୟୀ ମଧୁର୍‌ ଆଉ ଏକ ନାରୀ କୈନ୍ଦ୍ରିକ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି । ନିଜ ଫିଲ୍ମ ବବ୍ଲି ବାଉନ୍ସରା ରିଲିଜ୍‌ ପରେ ସେ ଏହି ଫିଲ୍ମରେ କାମ କରିବେ । କଙ୍ଗନାଙ୍କ ସାଙ୍ଗେ ନିର୍ମାଣ ହେବାକୁଥିବା ତାଙ୍କ ଏହି ଫିଲ୍ମଟି, ଏକ କାଶ୍ମୀରୀ ସିଙ୍ଗରଙ୍କୁ ଟେରିରିଷ୍ଟମାନେ ମର୍ଡର କରିଦେଇଥିବା ସତ୍ୟ ଘଟଣା ଉପରେ ଆଧାରିତ ।

Get real time updates directly on you device, subscribe now.