ନୂଆଦିଲ୍ଲୀ: ଗ୍ରାହକମାନଙ୍କ ପାଇଁ ଏକ ଜବରଦସ୍ତ ନୂଆ ପ୍ରିପେଡ ପ୍ଲାନ୍ ଲଞ୍ଚ କରିଛି BSNL । ଏହା ଅନଲିମିଡେଟ ବେନିଫିଟ୍ ପ୍ରିପେଡ ପ୍ଲାନ ନୁହେଁ । ଆମେ ଯେଉଁ ନୂଆ ପ୍ରିପେଡ ପ୍ଲାନ୍ ବିଷୟରେ କହୁଛୁ, ତାହା ହେଉଛି ୨୦୨୨ ଟଙ୍କା । ଏହି ଯୋଜନା ସହିତ ଗ୍ରାହମଙ୍କୁ ପ୍ରତି ମାସରେ ୭୫ ଜିବି ଡାଟା ମିଳିବ । ଯଦି ଆପଣ BSNLରୁ ଦୀର୍ଘ ବୈଧତା ସହିତ ଏକ ପ୍ରିପେଡ୍ ପ୍ଲାନ୍ ଖୋଜୁଛ, ତେବେ ୨୦୨୨ ଟଙ୍କା ପ୍ରିପେଡ୍ ପ୍ଲାନ୍ ଆପଣଙ୍କ ପାଇଁ ସାନଦାର୍ ବୋଲି ପ୍ରମାଣିତ ହେବ । କମ୍ ମୂଲ୍ୟରେ ପ୍ଲାନ ସହିତ ବଡ଼ ଲାଭ ମଧ୍ୟ ମିଳିବ ।
ବିଏସଏନଏଲ ନିଜର ୨୦୨୨ ଟଙ୍କେ ପ୍ରିପେଡ ପ୍ଲାନରେ ମାସକୁ ୭୫ ଜିବି ଡାଟା ଦେଉଛି । ଏହି ଯୋଜନା ସହିତ ଗ୍ରାହକଙ୍କୁ ୩୦୦ ଦିନର ବୈଧତା , ଅନଲିମିଡେଟ ଭଏସ୍ କଲିଂ, ୧୦୦ ଏସଏମଏସ/ଦିନ ମିଳିବ ଓ ମାସକୁ ୭୫ ଜିବି ଡାଟା ସରିବା ପରେ ୪୦ କେବିପିଏସରେ ଇଣ୍ଟରନେଟ୍ ଚାଲିବ । ତେବେ ଏହି ଡାଟା ପ୍ରଥମେ ୬୦ ଦିନ ପାଇଁ ଆସିବ । ଏହା ପରେ ଯଦି ଆପଣ ଡାଟା ଚାହାଁନ୍ତି ତ, ଡାଟା ଭାଉଚର ସହ ରିଚାର୍ଜ କରିବାକୁ ପଡିବ ।
ଏହା ଏକ ମଜାଦାର ଡାଟା ଭାଉଚର ଯାହା BSNL ଦ୍ୱାରା ସ୍ୱାଧିନତାର ଅମୃତ ମହୋତ୍ସବ ପିଭି-୨୦୨୨ ର ପ୍ରସ୍ତାବ ଭାବରେ ଲଞ୍ଚ କରାଯାଇଛି । ଏହି ଅଫର ୩୧ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ରହିଛି । ତେଣୁ ଯଦି ଆପଣ ଏହି ଭାଉଚରର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି ମାସ ମଧ୍ୟରେ ରିଚାର୍ଜ କରନ୍ତୁ । ଅନ୍ୟପଟେ ଖୁବଶୀଘ୍ର BSNL ୪ଜି ନେଟୱାର୍କ ଲଞ୍ଚ କରିବାକୁ ଯାଉଛି ।