ତାଇଓ୍ଵାନ ଉପରେ ଚୀନ ହ୍ୟାକର୍ସଙ୍କ ସାଇବର ଆଟାକ, ୧୦ ଘଣ୍ଟା ପର୍ଯ୍ୟନ୍ତ ସରକାରୀ ଓ୍ଵେବସାଇଟରେ ରହିଲା ଚୀନ ପତାକା

ନୂଆଦିଲ୍ଲୀ: ତାଇଓ୍ଵାନ ଏବଂ ଚୀନରେ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ସକ୍ରିୟ ହୋଇ ଉଠିଛନ୍ତି ସାଇବର ଅପରାଧୀ। ରୁଷ-ୟୁକ୍ରେନ ଯୁଦ୍ଧ ପରି ଏଠାରେ ମଧ୍ୟ ସାଇବର ଆଟାକ୍ ଏବଂ ହ୍ୟାକିଂ ମାମଲା ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି। ଚୀନ ହ୍ୟାକର୍ସ ତାଇଓ୍ଵାନର ସରକାରୀ ଓ୍ଵେବସାଇଟ୍ସକୁ ହ୍ୟାକ୍ କରି ଦେଇଛନ୍ତି। ହ୍ୟାକର୍ସ ଗୋଟିଏ କି ଦୁଇଟି ନୁହେଁ ବରଂ ତାଇଓ୍ଵାନର ଅନେକ ସରକାରୀ ଓ୍ଵେବସାଇଟକୁ ଟାର୍ଗେଟ୍ କରିଛନ୍ତି।

ଏହାର ସୂଚନା ତାଇଓ୍ଵାନ ନ୍ୟୁଜ୍ ଦେଇଛନ୍ତି। ଏହି ଓ୍ଵେବସାଇଟରେ ଚୀନ ପତାକା ନଜର ଆସୁଛି। ସାଇବର ଓ୍ଵାର୍ଲ୍ଡ ପରି ଚୀନ ତାଇଓ୍ଵାନକୁ ଘେରାବନ୍ଦୀ କରି ରଖିଛି। ଆମେରିକା ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ଵାନ ଗସ୍ତ କାରଣରୁ ଚୀନ କ୍ଷୁବ୍ଧ ହୋଇ ଉଠିଛି। ଲଗାତାର ତାଇଓ୍ଵାନକୁ ଡରାଇବାକୁ ଉଦ୍ୟମ କରୁଛି। ଏଥିପାଇଁ ଚୀନ ତାଇଓ୍ଵାନ ଆଖପାଖରେ ଫାୟର ଡ୍ରିଲ୍ ଆରମ୍ଭ କରି ଦେଇଛି।

ସାଇବର ଆଟାକ୍ ଏମିତି ହୋଇଛି ଯେ, ତାଇଓ୍ଵାନ ସରକାରଙ୍କ ଏକ ଓ୍ଵେବସାଇଟରେ ପାଖାପାଖି ୧୦ ଘଣ୍ଟା ପର‌୍ୟ୍ୟନ୍ତ ଚୀନ ପତାକା ଲାଗି ରହିଥିଲା। ଶୁକ୍ରବାର ବିଳମ୍ବିତ ରାତ୍ରିରୁ ଶନିବାର ସକାଳ ପର‌୍ୟ୍ୟନ୍ତ ଏମିତି ସ୍ଥିତି ଲାଗି ରହିଥିଲା। ଗୋଟିଏ ପଟେ ଚୀନ ତାଇଓ୍ଵାନର ଘେରାବନ୍ଦୀ କରୁଥିବା ବେଳେ ଅନ୍ୟପଟେ ସାଇବର ଓ୍ଵାର୍ଲ୍ଡ ହ୍ୟାକର ମଧ୍ୟ ଟାର୍ଗେଟ୍ କରିଛନ୍ତି। ତାଇଓ୍ଵାନରୁ ଚୀନ ଆସୁଥିବା ଜାହାଜଗୁଡିକୁ ସମୀକ୍ଷା ଏବଂ କଷ୍ଟମ ଯାଞ୍ଚ ନାମରେ ଅଟକା ଯାଉଛି। ଦିଗଜ ଆମେରିକା କମ୍ପାନୀ ଏପଲ୍ ଏହି ସମ୍ବନ୍ଧରେ ନିଜର ଯୋଗାଣକାରୀଙ୍କୁ ଚେତାଇ ଦେଇଛି।