fbpx

କରୋନା ଇମ୍ପ୍ୟାକ୍ଟ୍ ,ଭାରତୀୟ ବାୟୁସେନାକୁ ପାକିସ୍ଥାନର ପ୍ରଶଂସା

ଏମତି ତ ଭାରତ ପାକିସ୍ଥାନ ଦୁଇଜଣ ଶତୃ ରାଷ୍ଟ୍ର ବୋଲି ସାରା ବିଶ୍ୱ ଜାଣନ୍ତି । ଆନ୍ତର୍ଜିାତିକ ସମୁଦାୟ ଆଗରେ କେହି କାହା ଗୋହି ଖୋଳିବାକୁ ପଛାନ୍ତି ନାହିଁ । ସୁବବେଳେ ପରସ୍ପରକୁ ଗାଳି ଦେବାରେ କୈାଣସି ସୁଯୋଗ ହାତଛଡା କରନ୍ତି ନାହିଁ । କିନ୍ତୁ ଏବେ କରେନାର କରାଳକୁ ଯୁଝୁଛନ୍ତି ଦୁଇଦେଶ । ବିପତ୍ତି ସମୟରେ ପୂର୍ବଶତୃତାକୁ ପଛରେ ପକାଇ ଭାରତକୁ ପ୍ରଶଂସା କରିଛି ପାକିସ୍ଥାନ । ଅସଲ କଥା ହେଉଛି ଭାରତୀୟ ବାୟୁସେନା ବିମାନ ଫ୍ରାଙ୍କଫଟ୍କୁ ରିଲିଫ୍ ସାମଗ୍ରୀ ଓ ୟୁରୋପୀୟ ନାଗରିକଙ୍କୁ ନେଇ ଯାତ୍ରା କରୁଥିଲା । ପାକିସ୍ଥାନ ଫ୍ଲାଇଟ୍ ଇନଫରମେସନ ରିଜିଅନକୁ ପ୍ରବେଶ କରିବା ମାତ୍ରେ ପାକିସ୍ଥାନ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ପକ୍ଷରୁ ସାଧୁବାଦ ଦିଆଯାଇଥିଲା । ନଜର ପକାନ୍ତୁ କଣଥିଲା ଭାରତୀୟ ପାଇଲଟ୍ ଓ ପାକିସ୍ଥାନ ଏ.ଟି.ସି କ୍ୟାପ୍ଟେନଙ୍କ ବର୍ତ୍ତାଳାପ ।

ପାକିସ୍ଥାନ ଏ.ଟି.ସି କ୍ୟାପ୍ଟେନ : ସଲାମ୍ ୱାଲେକୁମ(ନମସ୍କାର) । ଏହା କଣ ସେହିଭାରତୀୟ ବିମାନ ଯାହା ଫ୍ରାଙ୍କଫଟ୍କୁ ରିଲିଫ୍ ସାମଗ୍ରୀ ଓ ୟୁରୋପୀୟ ନାଗରିକଙ୍କୁ ନେଇ ଯାଉଛି ?

ଭାରତୀୟ ପାଇଲଟ୍ : ଆଫ୍ରିମ୍ (ନିଶ୍ଚିତ କରୁଛି )

ପାକିସ୍ଥାନ ଏ.ଟି.ସି କ୍ୟାପ୍ଟେନ : ଆପଣଙ୍କ ପାଇଁ କେବୁଦ ଦେଇ ଯାଉଥିବା ଏକଜିଟ୍ ପଏଣ୍ଟ କ୍ଳିୟର କରାଯାଇଛି ।

ଭାରତୀୟ ପାଇଲଟ୍ :ଧନ୍ୟବାଦ୍

ପାକିସ୍ଥାନ ଏ.ଟି.ସି କ୍ୟାପ୍ଟେନ :ଆପଣ ଏହି ମହାମାରୀ ସମୟରେ ଯେଉଁ କାର୍ଯ୍ୟ କରୁଛନ୍ତି ମୁଁ ତାର ପ୍ରଶଂସା କରୁଛି ।

ଭାରତୀୟ ପାଇଲଟ୍ :ଆପଣଙ୍କୁ ଅଶେଷ ଧନ୍ୟବାଦ

Get real time updates directly on you device, subscribe now.