fbpx

ଛିଡା ହୋଇ ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ: ଶରୀରରେ ହୋଇପାରେ ଏହିସବୁ ସମସ୍ୟା

ଆପଣ ଅନେକ ସମୟରେ ଗୁରୁଜନ ମାନଙ୍କ ମୁହଁରୁ ଏହି କଥା ନିଶ୍ଚୟ ଶୁଣିଥିବେ ଯେ ଛିଡା ହୋଇ ପାଣି ପିଇବା ଉଚିତ୍ ନୁହେଁ । କିନ୍ତୁ ଆମେ ଏହି କଥାକୁ ପ୍ରାୟତଃ ଅଣଦେଖା କରିଥାନ୍ତି । ସମୟର ଅଭାବ କାରଣରୁ ହେଉ କିମ୍ବା କୌଣସି କାମ ବ୍ୟସ୍ତତା ଭିତରେ ଛିଡା ହୋଇ ପାଣି ପିଇଥାଉ । ତେବେ ଏହି ପରି ଛିଡା ହୋଇ ପାଣି ପିଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ । ଏହା ପଛରେ ସାଇଣ୍ଟଫିକ୍ କାରଣ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଛିଡା ହୋଇପାଣି ପିଇବା ଦ୍ୱାରା ଶରୀରରେ କେଉଁ ପ୍ରକାର ସମସ୍ୟା ଦେଖାଦେଇଥାଏ ।

ଛିଡା ହୋଇ ପାଣି ପିଇବା ଦ୍ୱାରା ଏହା ଆମ ଇସୋଫ୍ୟାଗସ୍ ଉପରେ ଚାପ ପକାଇଥାଏ । ଯାହା ଦ୍ୱାରା ପାଣି ଖୁବ ଶୀଘ୍ର ପେଟକୁ ଯାଇଥାଏ ଏବଂ ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଡାକ୍ତରମାନେ ମଧ୍ୟ ବସିକି ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି ।

ଛିଡା ହୋଇ ପାଣି ପିଇବା ଦ୍ୱାରା ହେଉଥିବା ସମସ୍ୟା:

୧- କିଡନୀ ଖରାପ: ଛିଡା ହୋଇ ପାଣି ପିଇବା ଆମ କିଡନୀ ପାଇଁ କ୍ଷତିକାରକ ହୋଇଥାଏ । କାରଣ ଏପରି ପାଣି ପିଇବା ଦ୍ୱାରା ଏହା ଆମ ବ୍ଲଡ ସେଲ୍ସ ପର୍ଯ୍ୟନ୍ତ ସଠିକ ଭାବରେ ପହଞ୍ଚି ନଥାଏ ଏବଂ ରକ୍ତରେ ଦୂଷିତ ପଦାର୍ଥର ମାତ୍ରା ବଢିଯାଏ । ଯାହା ଫଳରେ କିଡନୀ ସହ ଜଡିତ ସମସ୍ୟା ଦେଖା ଦେଇଥାଏ ।

୨- ଖରାପ ହଜମ: ଛିଡା ହୋଇ ପାଣି ପିଇବା ଦ୍ୱାରା ଆମ ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପକାଇଥାଏ । ଏହି କାରଣରୁ ଇସୋଫ୍ୟାଗସ୍ ର ସମସ୍ୟା ବଢିଯାଇଥାଏ । ଫଳରେ ଗ୍ୟାସ ପରି ବିଭିନ୍ନ ସମସ୍ୟା ଦେଖା ଦେଇଥାଏ ।

୩- ଶ୍ୱାସକ୍ରିୟାରେ ଖରାପ ପ୍ରଭାବ: ଛିଡା ହୋଇ ପାଣି ପିଇଲେ ଶ୍ୱାସନଳୀରେ ଠିକ୍ ଭାବରେ ଅମ୍ଳଜାନ ପହଞ୍ଚି ପାରେନାହିଁ । ଯାହା ଫଳରେ ଶ୍ୱାସନ ତନ୍ତ୍ର ଓ ଫୁସଫୁସ ଉପରେ ଖରାପ ପ୍ରଭାବ ପଡିଥାଏ । ଯାହା ଦ୍ୱାରା ହୃଦଘାତ ଜନିତ ସମସ୍ୟା ଦେଖା ଦେଇଥାଏ ।

୪- ଆଣ୍ଠୁ ଗଣ୍ଠି ସମସ୍ୟା: ଛିଡା ହୋଇ ପାଣି ପିଇବା କାରଣରୁ ପାଣି ଆମ ଶରୀରରେ ପ୍ରବେଶ କରି ଗଣ୍ଠିଗୁଡିକରେ ଅଟକି ଯାଇଥାଏ । ଯାହାଫଳରେ ହାଡ ଓ ଗଣ୍ଠି ଗୁଡିକରେ ଖରାପ ପ୍ରଭାବ ପଡିଥାଏ । ଏଥିସହିତ ହାଡ ମଧ୍ୟ ଦୁର୍ବଳ ହୋଇଯାଇଥାଏ । ଯେଉଁଥି ପାଇଁ ଆଣ୍ଠୁ ଗଣ୍ଠି ସମସ୍ୟା ଦେଖା ଦେଇଥାଏ ।

ବସିକି ପାଣି ପିଇବା ଉଚିତ୍: ବସିକି ପାଣି ପିଇବା ଦ୍ୱାରା ଏହା ଠିକ୍ ଭାବରେ ହଜମ ହୋଇଥାଏ । ଏହା ଆମ କୋଶିକା ଗୁଡିକରେ ସଠିକ୍ ଭାବରେ ପହଞ୍ଚିଥାଏ । ପାଣି କୋଶକୁ ଯାଇ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ଏବଂ ରକ୍ତ ସଫା ରହିଥାଏ । ଯାହାଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ ।

Get real time updates directly on you device, subscribe now.