fbpx

ବିହାର ଜନତାଙ୍କ ସହ ବିଶ୍ୱାସଘାତକତା: ନୀତୀଶଙ୍କ ଇସ୍ତଫା ପରେ ବର୍ଷିଲେ ବିଜେପି ନେତା

ପାଟନା: ବିହାରରେ ବଦଳିଛି ରାଜନୀତିକ ପାଣିପାଗ । ଜେଡିୟୁ ସାଂସଦ ଏବଂ ବିଧାୟକଙ୍କ ବୈଠକ ପରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଭେଟିବା ପରେ ନୀତୀଶ କୁମାର ସିଧା ରାବଡୀ ନିବାସ ପହଞ୍ଚିଥିଲେ, ଯେଉଁଠାରେ ନୀତୀଶ ଏବଂ ତେଜସ୍ୱୀଙ୍କ ଯାଦବଙ୍କ ଭେଟ ହୋଇଥିଲା । ଉଭୟ ରାଜ୍ୟପାଳକଙ୍କୁ ଭେଟିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ନୀତୀଶ ମହାଗଠବନ୍ଧନର ନେତା ମଧ୍ୟ ହୋଇଛନ୍ତି । ଜେଡିୟୁ-ଆରଜେଡି ଏବଂ କଂଗ୍ରେସର ମହାଗଠବନ୍ଧନ ପାଇଁ ଫର୍ମୁଲା ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଏହାରି ମଧ୍ୟରେ ବିହାର ବିଜେପି ଅଧ୍ୟକ୍ଷ ସଂଞ୍ଜୟ ଜୟସୱାଲ ଏକ ପ୍ରେସମିଟ୍ ରେ ନୀତୀଶ କୁମାରଙ୍କ ଉପରେ ବର୍ଷିଛନ୍ତି । ସେ ନୀତୀଶଙ୍କ ଉପରେ ଗଠବନ୍ଧନ ଧର୍ମ ପାଳନ ନକରିବା ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ‘ଆମେ ୭୪ ସିଟ୍ ରେ ଜିତିଥିଲୁ, କିନ୍ତୁ ଆମେ ପ୍ରତିଶ୍ରୃତି ପାଳନ କରିଥିଲୁ ଏବଂ ଏନଡିଏ ଗଠବନ୍ଧନ ତରଫରୁ ନୀତୀଶ କୁମାରଙ୍କ ମୁଖ୍ୟମନ୍ତ୍ରୀ କରିଥିଲୁ । ଆଜି ଯାହା କିଛି ହେଲା ତାହ ଜନତାଙ୍କ ସହ ବିଶ୍ୱାସଘାତକତା । ବିହାର ଜନତା ଏହାକୁ କ୍ଷମା କରିବେ ନାହିଁ ।’

Get real time updates directly on you device, subscribe now.