fbpx

କିଡନୀରେ ସମସ୍ୟା ହେଲେ ଶରୀରରେ ଦେଖାଯାଏ ଏପରି ଲକ୍ଷଣ: ଅଣଦେଖା ପଡ଼ିବ ମହଙ୍ଗା

ନୂଆଦିଲ୍ଲୀ: କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ସାହାଯ୍ୟରେ ରକ୍ତରେ ଥିବା ମଇଳା ଫିଲ୍ଟର୍ ହେବା ସହିତ ଶରୀରରେ ଶୁଦ୍ଧ ରକ୍ତ ପ୍ରବାହ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ କିଡନୀ କାମରେ ସାମାନ୍ୟ ସମସ୍ୟା ଆସେ, ସେତେବେଳେ ଏହାର ପ୍ରଭାବ ଆମ ଶରୀରରେ ସ୍ପଷ୍ଟ ଭାବରେ ଦେଖାଯାଏ । କିଡନୀ ସଂକ୍ରମଣ ଏବଂ କିଡନୀ ନଷ୍ଟ ଭଳି ସମସ୍ୟା ମଧ୍ୟ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ଏହାର ଲକ୍ଷଣକୁ ଠିକ୍ ସମୟରେ ଚିହ୍ନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିଡନୀ ଖରାପ ହେଲେ ଆମ ଶରୀର କିପରି ଲକ୍ଷଣ ଦେଖାଯାଏ, ଆସନ୍ତୁ ଜାଣିବା…

ଥକ୍କାପଣ ବଢ଼ିଥାଏ:-
କିଡନୀର ଫିଲ୍ଟର ପ୍ରକ୍ରିୟାରେ ଅବରୋଧ ଯୋଗୁୁଁ ଶରୀରର ବିଷାକ୍ତ ପଦାର୍ଥ ଜମା ହେବା ଆରମ୍ଭ ହୋଇଥାଏ । ଏହି କାରଣରୁ ଦୁର୍ବଳତା ଏବଂ ଥକାପଣ ଅନୁଭବ ହୋଇଥାଏ ।

ନିଦର ଅଭାବ :-
କିଡନୀ କାର୍ଯ୍ୟରେ ବ୍ୟାଘାତ ଆମ ନିଦକୁ ପ୍ରଭାବିତ କରିଥାଏ । ଏଥିରେ ଇନସୋମନିଆ ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏଥିôପାଇଁ ସମୟ ଥାଉ ଥାଉ ସତର୍କ ହୋଇଯିବା ଜରୁରୀ ।

କୁଣ୍ଡାଇ ହେବା ଭଳି ସମସ୍ୟା:-
ଯେତେବେଳେ କିଡନୀ ଜନିତ ସମସ୍ୟା ଯୋଗୁୁଁ ବିଷାକ୍ତ ପଦାର୍ଥ ବାହାରକୁ ଆସିବାରେ ସକ୍ଷମ ହୁଏନି, ସେବେ ଏହି ମଇଳା ରକ୍ତରେ ଜମା ହେବା ଆରମ୍ଭ କରିଦିଏ । ଏହା ଫଳରେ ଚର୍ମରେ କୁଣ୍ଡେଇ ହେବା ଭଳି ସମସ୍ୟା ଦେଖାଦେଇଥାଏ ।

ପରିସ୍ରା ରଙ୍ଗରେ ପରିବର୍ତ୍ତନ :-
ଯେତେବେଳେ କିଡନୀ ନଷ୍ଟ ହେବାକୁ ଲାଗେ, ସେବେ ଅଧିକ ପ୍ରୋଟିନ୍ ବାହାରିବାରେ ଲାଗିଥାଏ । ଏହି କାରଣରୁ ପରିସ୍ରାର ରଙ୍ଗ ହଳଦିଆ କିମ୍ବା ବାଦାମୀ ହେବାକୁ ଲାଗେ । ଅନେକ କ୍ଷେତ୍ରରେ ରକ୍ତ ପରିସ୍ରା ମଧ୍ୟ ହୋଇଥାଏ ।

ମୁହଁ ଏବଂ ଗୋଡ ଫୁଲିବା :-
ଯେତେବେଳେ କିଡନୀ ଆମ ଶରୀରରୁ ସୋଡିୟମ୍ ବାହାର କରିବାକୁ ଅସମର୍ଥ ହୁଏ, ସେବେ ଏହା ଶରୀରରେ ଜମା ହେବା ଆରମ୍ଭ କରିଥାଏ । ଏହି କାରଣରୁ ପାଦ ଏବଂ ମୁହଁ ଫୁଲିବା ଆରମ୍ଭ ହୁଏ ।

ମାଂସପେଶୀ କଷ୍ଟ:-
କିଡନୀ ନଷ୍ଟ ଯୋଗୁଁ ଗୋଡ ଏବଂ ମାଂସପେଶୀରେ କଷ୍ଟ ଆରମ୍ଭ ହୁଏ । କାରଣ ସୋଡିୟମ୍, କ୍ୟାଲସିୟମ୍, ପୋଟାସିୟମ୍ କିମ୍ବା ଅନ୍ୟାନ୍ୟ ଇଲେକ୍ଟ୍ରୋଲାଇଟ୍ ସ୍ତର ଅସନ୍ତୁଳନ ହୋଇଥାଏ ।

ନିଶ୍ୱାସ ନେବାରେ କଷ୍ଟ:-
ଯଦି ନିଶ୍ୱାସ ପ୍ରଶ୍ୱାସୋ କଷ୍ଟ ବା ଫୁଲିବା ଭଳି ସମସ୍ୟା ଦେଖାଯାଏ, ତେବେ ଏହା କିଡନୀ ରୋଗର ଲକ୍ଷଣ ହୋଇପାରେ । କାରଣ ଏହିପରି ଅବସ୍ଥା ରେଥ୍ରୋପଏଏଟିନ୍ ନାମକ ଏକ ହରମୋନ୍ ଉତ୍ପାଦନକୁ ପ୍ରଭାବିତ କରିଥାଏ । ଏହି ହରମୋନ୍ ଗୁଡିକ ଆରବିସି ଗଠନରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.