fbpx

(Video) ମୁଁ ଦିନେଶଙ୍କ ସହ ସାରା ଜୀବନ ରହିବାକୁ ଚାହୁଁଥିଲି, ମାତ୍ର ସେ ମୋତେ ମ୍ୟାରେଜ କଲେନି, ଧୋକ୍କା ଦେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୨ ଦିନ ଧରି ବ୍ରହ୍ମପୁରର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ବିବାହର ପ୍ରତିଶ୍ରୁତି ଦେଇ ତାଙ୍କର ପ୍ରେମିକା ଦିନେଶ ତାଙ୍କ ସହ ଶାରୀରକ ସମ୍ପର୍କ ରକ୍ଷା କରିଥିଲେ । ନିଜର ହକ୍ ଓ ପୁଅର ପରିଚୟ ପାଇବା ଦାବିରେ ଦୀପିକା ଦିନେଶଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ଏହା ମଧ୍ୟରେ ଦିନେଶ ସାମ୍ନାକୁ ଆସିଥିଲେ ଓ ସେ ଆଇନ ଅନୁଯାୟୀ ଚାଲିବେ ବୋଲି ରୋକଠୋକ୍ କରିଥିେଲେ ।

ଏନେଇ ଦୀପିକା କହିଛନ୍ତି, ୨୦୧୯ ନଭେମ୍ବରରେ ମୋର ଦିନେଶଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଯେହେତୁ ମୋର ବାପା, ଭାଇ ନଥିଲେ, ତେଣୁ ମୁଁ ଦିନେଶଙ୍କୁ ସହ ଲଙ୍ଗ ଟର୍ମ ରିଲେସନ ରଖବାକୁ କହିଥିଲି । ମୁଁ ବୟସରେ ତାଙ୍କଠାରୁ ବଡ଼, ଜାତି ଅଲଗା ଆଦି ସବୁ କଥା ତାଙ୍କୁ କହିଥିଲି । ମୋତେ ବାହାହେଲେ ତାଙ୍କର ଧନୀ-ଗରିବର ଭେଦଭାବ ରହିବ ନାହିଁ ବୋଲି ସେ ମୋ ମା’ଙ୍କୁ କହିଥିଲେ । ଦିନେଶ ମୋର ଦୋକାନ ଭାଙ୍ଗି ଦେଇଥିଲେ । ତାଙ୍କ ମାଆ ଆମ ଦୁହିଙ୍କର କଥାବାର୍ତ୍ତା ବନ୍ଦ କରିଦେଇଥିଲେ ।

ଏହାପରେ ଆମ ଦୁଇ ପରିବାର ମଧ୍ୟରେ ବୁଝାମଣା କରାଯାଇଥିଲା । ତେବେ ଦିନେଶଙ୍କ ପରିବାର କେବଳ ପଇସା ଦେଇ କମ୍ପ୍ରମାଇଜ କରିବା ସପକ୍ଷରେ ରହିଥିଲେ । ମୁଁ ଯେହେତୁ ସେ ପ୍ରକାରର ଝିଅ ନଥିଲି, ତେଣୁ ମୁଁ ମନି କମ୍ପ୍ରମାଇଜରେ ରାଜି ହୋଇ ନଥିଲି । ସେ ମୋତେ ମ୍ୟାରେଜ କରିବାକୁ କହିବାରୁ ମୁଁ ତାଙ୍କ କଥାରେ ରାଜି ହୋଇଥିଲା । ପରେ ସେ ଯେତେବେଳେ ମ୍ୟାରେଜ କରିବାକୁ ରାଜି ହେଲେନି ସେତେବେଳେ ଏତେ ସବୁ ଘଟିଗଲା ।

Get real time updates directly on you device, subscribe now.