fbpx

(Video) ପୁଅ ସହ ବର୍ଷାରେ ଭିଜୁଛନ୍ତି ଦୀପିକା, ଅନ୍ୟପଟେ ହୋଟେଲରେ ଯୁବତୀଙ୍କ ସହ ଡ୍ୟାନ୍ସର ମଜା ନେଉଛନ୍ତି ଦୀନେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏହା ମଧ୍ୟରେ ୧୩ ଦିନ ବିତିଗଲାଣି । ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ବର୍ଷା, କାକରରେ ଖାଇବା ପିଇବା ଭୁଲି ନିଜର ପୁଅକୁ ଧରି ଦୀପିକା ନ୍ୟାୟ ପାଇଁ ପଡ଼ି ରହିଛନ୍ତି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ବୋଲି ଦୀପିକା କହିଛନ୍ତି ।

ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଦିନେଶଙ୍କର ଏକ ନୂଆ ଭିଡିଓ । ଉକ୍ତ ଭିଡିଓରେ ଦୀନେଶ କିଛି ଯୁବତୀଙ୍କ ସହ ମିଶି ହୋଟେଲରେ ଡ୍ୟାନ୍ସର ମଜା ନେଉଛନ୍ତି । ତେବେ ଗୋଟିଏ ପଟେ ଦୀପିକା ନିଜର ପୁଅର ପରିଚୟ ପାଇଁ ଲଢ଼େଇ କରୁଥିବା ବେଳେ ଏଭଳି ସମୟରେ ଦିନେଶଙ୍କ ଭିଡିଓ ଭାଇରାଲ ହୋଇଛି । ଦୀନେଶଙ୍କର ଏହି ଭିଡିଓକୁ ନେଇ ବିଭିନ୍ନ ମହଲରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଭିଡିଓଟି କେଉଁ ସ୍ଥାନରେ ଆଉ କେବେ ଶୁଟ୍ କରାଯାଇଥିଲା ସେ ନେଇ କିଛି ତଥ୍ୟ ଜଣାପଡ଼ିନାହିଁ ।

ଦୁଇଦିନ ତଳେ ଦୀନେଶ ମିଡ଼ିଆ ସାମ୍ନାକୁ ଆସିଥିଲେ । ଗଣମାଧ୍ୟମ କର୍ମଚାରୀମାନେ ତାଙ୍କୁ ଦୀପିକାଙ୍କ ସହ ସମ୍ପର୍କକୁ ନେଇ ଏକାଧିକ ପ୍ରଶ୍ନ କରିଥିଲେ । ତେବେ ଦୁହିଙ୍କ କେସ କୋର୍ଟରେ ବିଚାରାଧୀନ ଅଛି । ସେ ଆଇନ ଅନୁଯାୟୀ ଚାଲୁଛନ୍ତି ବୋଲି ଦିନେଶ କହି ଅନ୍ୟ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ । ଦୀନେଶ ବିବାହର ପ୍ରତିଶ୍ରୁତି ଦେଇଥିବାରୁ ଦୀପିକା ତାଙ୍କ ସହ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ରକ୍ଷା କରିଥିବା ଦୀପିକା କହିଥିଲେ । ସେ ଦୀନେଶଙ୍କ ସହ ଦୀର୍ଘକାଳୀନ ସମ୍ପର୍କ ପାଇଁ ଆଶାୟୀ ଥିଲେ ବୋଲି ଦୀପିକା କହିଥିଲେ ।

Get real time updates directly on you device, subscribe now.