fbpx

PNB ଗ୍ରାହକଙ୍କୁ ଜବରଦସ୍ତ ଉପହାର: ମାଗଣାରେ ୮ ଲକ୍ଷ ଟଙ୍କା ଲାଭ ଦେଉଛି ବ୍ୟାଙ୍କ, ଜାଣନ୍ତୁ କିପରି ଉଠାଇବେ ଫାଇଦା

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର । ବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ ବଡ଼ ଫାଇଦା ଦେଉଛି । ଯଦି ଆପଣ ମଧ୍ୟ ପିଏନବି ବ୍ୟାଙ୍କର ଗ୍ରାହକ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଆପଣଙ୍କୁ ଟଙ୍କା ଦରକାର, ତେବେ ଏଣିକି ଆପଣଙ୍କୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । କାହିଁକି ନା ବ୍ୟାଙ୍କ ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁବିଧା ଆଣିଦେଇଛି । ବର୍ତ୍ତମାନ ବ୍ୟାଙ୍କ ଗ୍ରାହକଙ୍କୁ ସହଜରେ ୮ ଲକ୍ଷ ଟଙ୍କାର ସୁବିଧା ଦେଉଛି । ଯଦି ଆପଣଙ୍କୁ ମଧ୍ୟ ଟଙ୍କାର ଆବଶ୍ୟକତା ଅଛି, ତେବେ ଆପଣ ଏହି ସ୍ୱତନ୍ତ୍ର ସୁବିଧା ଅନ୍ତର୍ଗତ ବ୍ୟାଙ୍କରୁ ଟଙ୍କା ନେଇପାରିବେ । ଆସନ୍ତୁ ଜାଣିବା କିପରି…

ଆପଣ ମୋବାଇଲ୍ ନମ୍ବରରୁ ଲୋନ୍!
ତେବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଇନଷ୍ଟା ଲୋନ୍ ମାଧ୍ୟମରେ ଗ୍ରାହକଙ୍କୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପ୍ରଦାନ କରୁଛି । ଯଦି ଆପଣ ମଧ୍ୟ ଏହି ସୁବିଧା ଅଧୀନରେ ଏକ ବ୍ୟକ୍ତିଗତ ଲୋନ୍ ନେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ କେବଳ ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ପ୍ରବେଶ କରିବାକୁ ପଡିବ । ଏହା ପରେ ଆପଣ ଏହି ଲୋନକୁ ସହଜରେ ପାଇପାରିବେ । ବ୍ୟାଙ୍କ ମଧ୍ୟ ଏହାର ପ୍ରକ୍ରିୟାକୁ ଟ୍ୱିଟ୍ କରି ସ୍ପଷ୍ଟ କରିଛି ।

ପିଏନବି ଟ୍ୱିଟ୍ କରିଛି ଦେଇଛି ସୂଚନା:-
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଟ୍ୱିଟ୍ କରି କହିଛି ଯେ, ବର୍ତ୍ତମାନ ବ୍ୟାଙ୍କରୁ ଲୋନ୍ ନେବା ଖାଦ୍ୟ ଅର୍ଡର କରିବା ଭଳି ସହଜ । ଯଦି ଆପଣ ସ୍ୱଳ୍ପ ସୁଧ ହାର ସହିତ ବ୍ୟକ୍ତିଗତ ଲୋନ୍ ଖୋଜୁଛନ୍ତି, ତେବେ ଆପଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଇନଷ୍ଟା ଲୋନ୍ ପାଇଁ ଆବେଦନ କରିପାରିବେ । ଅଧିକ ସୂଚନା ପାଇଁ, ଆପଣ ଲିଙ୍କରେ କ୍ଲିକ୍ କରି ୱେବସାଇଟ୍ ଭିଜିଟ୍ କରିପାରିବେ ।

କିଏ ଏହାର ଫାଇଦା ନେଇପାରିବେ :-

-ପିଏନବିର ଲାଭ ଉଠାଇବାକୁ ଗ୍ରାହକଙ୍କୁ କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ପିଏସୟୁ କର୍ମଚାରୀ ହେବା ଦରକାର ।
-ଏହି ଲୋନ୍ କିଛି ମିନିଟ୍ ମଧ୍ୟରେ ପ୍ରଦାନ କରାଯାଇଥାଏ ।
-ଏହି ଲେନ୍ର ସୁବିଧା ୨୪୍‍ ୭ ଉପଲବ୍ଧ ।
-ଏହା ଅଧୀନରେ ଗ୍ରାହକମାନଙ୍କୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ମିଳିଥାଏ ।
-ଏଥିରେ ପ୍ରୋସେସିଂ ଫିସ୍ ଜିରୋ ରହିଛି ।

Get real time updates directly on you device, subscribe now.