fbpx

ଅର୍ଥନୀତି ତଳକୁ ଖସୁଛି, ୫୦ ପ୍ରତିଶତ କମ୍ପାନୀ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବେ: ରିପୋର୍ଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ ଭୟଙ୍କର ଆର୍ଥିକ ପରିସ୍ଥିତି ଦେଖାଯାଇଛି । ଅନେକ ରାଷ୍ଟ୍ର ଏକପ୍ରକାରର ଦେବାଳିଆ ପରିସ୍ଥିତିକୁ ଚାଲି ଆସିଲେଣି । ତେବେ ବିଶ୍ୱର ଅତିକମରେ ଅଧା କମ୍ପାନୀ ସେମାନଙ୍କର କର୍ମଚାରୀ ସଂଖ୍ୟା ହ୍ରାସ କରିବା ନେଇ ଯୋଜନା କରୁଛନ୍ତି । ଏନେଇ ଏକ ରିପୋର୍ଟ ହସ୍ତଗତ ହୋଇଛି ।

ନିକଟରେ ଆମେରିକା ପିଡବ୍ଲ୍ୟୁସି ପକ୍ଷରୁ କରାଯାଇଥିବା ଏକ ସର୍ଭେ ମୁତାବକ, ୫୦ ପ୍ରତିଶତ କମ୍ପାନୀ ସେମାନଙ୍କର ଷ୍ଟାଫଙ୍କୁ କାର୍ଯ୍ୟରୁ ଛଟେଇ କରିବେ । କମ୍ପାନୀମାନେ ସେମାନଙ୍କର କାର୍ଯ୍ୟବଳକୁ ସୁବ୍ୟବସ୍ଥିତ କରିବା ପ୍ରୟାସରେ ରହିଛନ୍ତି । ୫୦ ପ୍ରତିଶତ ସେମାନଙ୍କର ଷ୍ଟାଫ ସଂଖ୍ୟା କମ୍ କରୁଥିବା ବେଳେ, ୪୬ ପ୍ରତିଶତ ସାଇନିଂ ବୋନସ କମ୍ କରୁଛନ୍ତି । ସେହିପରି ୪୪ ପ୍ରତିଶତ କମ୍ପାନୀ ଅଫରକୁ ରଦ୍ଦ କରୁଛନ୍ତି ।

ଗତ ଜୁଲାଇ ମାସ ସୁଦ୍ଧା ଆମେରିକାରେ ୩୨ ହଜାରରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ହଟେଇ ଦିଆଯାଇଛି । ଏଥିରେ ମାଇକ୍ରୋସଫ୍ଟ ଓ ମେଟା ପରି ବଡ଼ ଟେକ୍ କମ୍ପାନୀ ସାମିଲ ରହିଛନ୍ତି । ଭାରତରେ କୋଭିଡ୍ ମହାମାରୀ ଆରମ୍ଭ ହେବା ପରେ ୨୫ ହଜାରରୁ ଅଧିକ ଷ୍ଟାଟ ଅପ୍ ଶ୍ରମିକ ନିଜର ଚାକିରି ହରାଇଥିଲେ । ଚଳିତ ବର୍ଷ ୧୨ ହଜାରରୁ ଅଧିକ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିଦିଆଯାଇଛି । ତେବେ ସ୍ୱାସ୍ଥ୍ୟସେବା ଓ ଅନ୍ୟ ଉଦ୍ୟୋଗରେ ବଡ଼ ଧରଣର ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ସେମାନେ ନିକଟରେ ଚାକିରି ଛାଡ଼ିଥିବା କର୍ମଚାରୀଙ୍କ ଉପରେ ଫୋକସ୍ କରୁଛନ୍ତି ।

Get real time updates directly on you device, subscribe now.