fbpx

ହିମାଚଳ ପ୍ରଦେଶରେ ବନ୍ୟା ବିତ୍ପାତ୍ତ, ଗଲାଣି ୧୯ ଜଣଙ୍କ ଜୀବନ 

AAKASH

ହିମାଚଳ ପ୍ରଦେଶର ଗତ ୨୪ ଘଣ୍ଟାରେ ହୋଇଥିବା ବର୍ଷାରେ ଭୁସ୍ଖଳନ ଯୋଗୁଁ, ବନ୍ୟା ଏବଂ ବାଦଲ ଫଟା ବର୍ଷା ଯୋଗୁଁ ହାରାହାରି ୧୯ ଜଣକ ମୃତ୍ୟୁ ହୋଇଛି । ବିପର୍ଯ୍ୟୟରେ ସବୁଠୁ ଅଧିକ ମଣ୍ଡି, ଗାଙ୍ଗଡା ଏବଂ ଚମ୍ବା ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ରାସ୍ତା ଅବରୋଧ ହୋଇଛି ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ପ୍ରବଳ ବର୍ଷା କାରଣରୁ କାଙ୍ଗଡ଼ା ଜିଲ୍ଲାରେ ଚକ୍କୀ ବ୍ରିଜ୍ ଭୁଷୁଡ଼ି ପଡ଼ିବାରୁ ଜୋଗିନ୍ଦର ନଗର ଏବଂ ପଠାନକୋଟ ମଧ୍ୟରେ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି । ଅଧକାରୀମାନେ କହିଛନ୍ତି ଯେ ଚମ୍ବା ଜିଲ୍ଲାରେ ଗୋଟିଏ ଘର ଭୁଷୁଡ଼ି ୩ ଜଣକ ମୃତ୍ୟୁ ହୋଇଛି ।

ହିମାଚଳ ପ୍ରଦେଶର ବିପର୍ଯ୍ୟୟ ପରିଚାଳନା ବିଭାଗ ୨୫ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷ ସହ ଭୂସ୍ଖଳନ ଚେତାବନୀ ଜାରି କରିଛି ।

Get real time updates directly on you device, subscribe now.