fbpx

ମୋତେ Frooti ଦିଅ, ନହେଲେ ମୁଁ ତୁମ ଚଷମା ଦେବିନି: ମାଙ୍କଡ଼ ନେଇଗଲା DMଙ୍କ ଚଷମା

ନୂଆଦିଲ୍ଲୀ: ଅନେକ ସମୟରେ ଜୀବଜନ୍ତୁଙ୍କର କିଛି ଅଜବ ହରକତ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ମାଙ୍କଡ଼ ଜଣେ ଜିଲ୍ଲା ଅଧିକାରୀ (ଡିଏମ)ଙ୍କ ଚଷମା ଛଡ଼ାଇ ନେଇ ଚାଲିଯାଇଥିଲା । ମାଙ୍କଡ଼ଠାରୁ ଚଷମା ଛଡ଼ାଇବା ପାଇଁ ଲୋକଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା ।

ଉତ୍ତରପ୍ରଦେଶର ବୃନ୍ଦାବନ ସ୍ଥିତ ବାଙ୍କେ ବିହାରୀ ମନ୍ଦିରରେ ଜନ୍ମାଷ୍ଟମୀ ଭିଡ଼ରେ ଦୁଇଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଉକ୍ତ ଘଟଣାର ଯାଞ୍ଚ ପାଇଁ ଡିଏମ ସେଠାକୁ ଯାଇଥିବା ବେଳେ ରୋମାଣ୍ଟିକ ମାଙ୍କଡ଼ଟି ତାଙ୍କଠାରୁ ଚଷମା ଝିଙ୍କି ନେଇ ଚାଲିଯାଇଥିଲା । ବହୁ ସମୟ ପରେ ଫ୍ରୁଟି ଦେଇ ମାଙ୍କଡ଼ଠାରୁ କଳେବଳେ କୌଶଳେ ଚଷମା ଅଣାଯାଇଥିଲା ।

ବାଙ୍କେ ବିହାରୀ ମନ୍ଦିର ନିକଟସ୍ଥ ଏକ ସଂକରୀ ଗଳିରେ ଡିଏମ ଦୁର୍ଘଟଣା ବିଷୟରେ ଛାନଭିନ କରୁଥିଲେ । ଡିଏମ ଜଣେ ଅଧିକାରୀଙ୍କ ସହ ଆଲୋଚନା କରୁଥିବାର ସୁଯୋଗ ନେଇ ମାଙ୍କଡ଼ଟି ଚଷମା ନେଇଯାଇଥିଲା । ମାଙ୍କଡ଼ଟି ଚଷମା ପାଇବା ପରେ ଏଣେତେଣେ ଡେଇଁବାରେ ଲାଗିଥିଲା । ଚଷମା ଆଣିବା ପାଇଁ ଅଧିକାରୀଙ୍କ ଦେହରୁ ଝାଳ ବାହାରି ଯାଇଥିଲା । ଏନେଇ ଏକ ଭିଡିଓ ଭାଇରାଲ ହୋଇଛି ।

ଏନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଟ୍ୱିଟ୍ କରିଛନ୍ତି, ବିଜେପି ସରକାରକୁ ଯେତେବେଳେ ଚଷମା ଲଗାଇ କିଛି ଦେଖାଯାଉନାହିଁ, ତେଣୁ ଚଷମାର କିଛି କାମ ନାହିଁ ଭାବି ମାଙ୍କଡ଼ଟି ଏପରି କରିଥିଲା ।

Get real time updates directly on you device, subscribe now.