fbpx

ଆଜିଠୁ ଶସ୍ତା ସୁନା କିଣିବାର ସୁବର୍ଣ୍ଣ ସୁଯୋଗ: ୨୬ ଅଗଷ୍ଟ ପର୍ଯ୍ୟନ୍ତ ଏହି ସୁବିଧା ଯୋଗାଇବେ ସରକାର

ନୂଆଦିଲ୍ଲୀ : ଲୋକଙ୍କ ଶସ୍ତା ସୁନା କିଣିବାର ସୁଯୋଗ ଦେବାକୁ ଯାଉଛନ୍ତି ସରକାର । ତେବେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାର୍ବଭୌମ ଗୋଲ୍ଡ ବଣ୍ଡ (ଏସଜିବି) ଯୋଜନାର ଦ୍ୱିତୀୟ ସିରିଜ୍ ଆଜିଠାରୁ ଖୋଲୁଛି । ଏହା ଅଧୀନରେ ପ୍ରତି ଗ୍ରାମ ପିଛା ସୁନା ମୂଲ୍ୟ ୫,୧୯୭ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ଯୋଜନା କେବଳ ପାଞ୍ଚ ଦିନ ପାଇଁ ଅର୍ଥାତ୍ ୨୨ ଅଗଷ୍ଟରୁ ୨୬ ଅଗଷ୍ଟ ପର୍ଯ୍ୟନ୍ତ ଖୋଲା ରହିବ । ଏହି ସମୟ ମଧ୍ୟରେ ନିବେଶକମାନେ ବଜାର ଅପେକ୍ଷା କମ୍ ମୂଲ୍ୟରେ ସୁନା କିଣିବାର ସୁଯୋଗ ପାଇପାରିବେ ।

ସାବଭୌମ ଗୋଲ୍ଡ ବଣ୍ଡ କ’ଣ?
ଏହା ଏକ ସରକାରୀ ବଣ୍ଡ । ଯଦି ଆପଣ ଅନଲାଇନ୍ ଦେଇ ସୁନା କିଣୁଛନ୍ତି, ତେବେ ଆପଣ ଗ୍ରାମ ପିଛା ୫୦ ଟଙ୍କା ରିହାତି ପାଇବେ ।୨୦୨୨-୨୩ ବର୍ଷ ପାଇଁ ଏମଜିବିଏସର ଏହା ହେଉଛି ଦ୍ୱିତୀୟ ସିରିଜ୍ । ସୋଭରେନ ଗୋଲ୍ଡ ବଣ୍ଡରେ ସରକାର ନିବେଶକମାନଙ୍କୁ ଫିଜିକାଲ ସୁନା ଦିଅନ୍ତି ନାହିଁ, ବରଂ ସୁନାରେ ଟଙ୍କା ନିବେଶ କରିବାର ସୁଯୋଗ ଦିଅନ୍ତି । ଏଥିରେ ଜଣେ ବ୍ୟକ୍ତି ଆର୍ଥିକ ବର୍ଷରେ ଗୋଟିଏ ଗ୍ରାମରୁ ଚାରି କିଲୋଗ୍ରାମ ପର୍ଯ୍ୟନ୍ତ ସୁନା କିଣି ପାରିବେ । ଯଦି ଆମେ ରିଟର୍ନ ବିଷୟରେ କହିବା, ତେବେ ଗତ ଏକ ବର୍ଷ ମଧ୍ୟରେ ସୁନା ଏହାର ନିବେଶକମାନଙ୍କୁ ୭.୩୭ ପ୍ରତିଶତ ଲାଭ ଦେଇଛି ।

କିଏ ବିନିଯୋଗ କରିପାରିବେ?
ନଭେମ୍ବର ୨୦୧୫ ରେ ସୋଭରେନ ଗୋଲ୍ଡ ବଣ୍ଡ ଯୋଜନା ଆରମ୍ଭ କରାଯାଇଥିଲା । ଆରବିଆଇ ସରକାରଙ୍କ ତରଫରୁ ଏହି ବଣ୍ଡ ଜାରି କରାଯାଉଛି । ଏହି ବଣ୍ଡଗୁଡିକ ବାସିନ୍ଦା ବ୍ୟକ୍ତିଗତ, ଅବିଭାଜିତ ହିନ୍ଦୁ ପରିବାର (ଏଚୟୁଏଫ୍), ଟ୍ରଷ୍ଟ, ବିଶ୍ୱବିଦ୍ୟାଳୟ ଏବଂ ଦାନକାରୀ ଅନୁଷ୍ଠାନ ଦ୍ୱାରା କିଣାଯାଇପାରିବ । ସୋଭରେନ ଗୋଲ୍ଡ ବଣ୍ଡ ଯୋଜନାରେ ଜଣେ ବ୍ୟକ୍ତି ଆର୍ଥିକ ବର୍ଷରେ ସର୍ବାଧିକ ୪ କିଲୋଗ୍ରାମ ସୁନା ବଣ୍ଡ କିଣି ପାରିବେ । ସର୍ବନିମ୍ନ ନିବେଶ ହେଉଛି ଏକ ଗ୍ରାମ । ସେହିପରି ଟ୍ରଷ୍ଟ କିମ୍ବା ସମାନ ସଂସ୍ଥା ୨୦ କିଲୋଗ୍ରାମ ପର୍ଯ୍ୟନ୍ତ ବଣ୍ଡ କିଣି ପାରିବେ ।

ଏହି ବଣ୍ଡଗୁଡିକ ସମସ୍ତ ବ୍ୟାଙ୍କ, ଷ୍ଟକ ହୋଲ୍ଡିଂ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ ବା ଏସଏଚସିଆରଏଲ, ଡାକଘର ବା ମାନ୍ୟତାପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ, ଏନଏସଇ ଓ ବିଏସଇ ମାଧ୍ୟମାରେ ବିକ୍ରି ହେବ । ଏହା ସହ ବଣ୍ଡର ଅବଧି ୮ ବର୍ଷ ରହିବ । ଆବେଦନ ଅତି କମରେ ୧ ଗ୍ରାମ ଓ ତାର ମଲଟିପଲରେ ଜାରି ହେବ । ବଣ୍ଡର ପ୍ରାଇସ୍ ଇଣ୍ଡିଆନ୍ ବୁଲିୟନ ଏବଂ ଜୁଏଲର୍ସ ଆସୋସିଏସନ୍ ନେଇଛି । ଆଇବିଜେଏ ଦ୍ୱାରା ୯୯୯ ଶୁଦ୍ଧତା ସୁନାକୁ କ୍ଲୋଜିଙ୍ଗ ମୂଲ୍ୟ ଆଧାରରେ ସ୍ଥିର କରାଯାଇଛି । ଯଦି ଗ୍ରାହକମାନେ ଏଥିରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ http://onlinesbi.com ୱେବସାଇଟକୁ ଯାଆନ୍ତୁ ।

Get real time updates directly on you device, subscribe now.