fbpx

ରେଲୱେର ବଦଳିଲା ଏହି ନିୟମ: ବର୍ତ୍ତମାନ ଆପଣଙ୍କ ସିଟରେ ବସିପାରିବେ ନାହିଁ ଅନ୍ୟ ଯାତ୍ରୀ

ନୂଆଦିଲ୍ଲୀ:ଦୂର ଯାତ୍ରା ପାଇଁ ଟ୍ରନ ସବୁଠାରୁ ଆରାମ ଦାୟକ ଏବଂ ସୁରକ୍ଷିତ ହୋଇଥାଏ । ଏହି କରାଣରୁ ଅନେକ ଲୋକେ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ତେବେ ଆପଣ ଯଦି କେଉଁ ସ୍ଥାନକୁ ଟ୍ରେନ ମାଧ୍ୟମରେ ଯାତ୍ରା କରୁଛନ୍ତି ତାହାଲେ ଆପଣ ଭାରତୀୟ ରେଳବାଇ ସହ ଜଡିତ କିଛି ନିୟମ ବିଷୟରେ ଜାଣି ରଖିବା ଉଚିତ୍ ।

ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅନେକ ସମୟରେ ଭାରତୀୟ ରେଳ ବିଭାଗ ବିଭିନ୍ନ ପ୍ରକାର ନୀୟମ କରିଥାନ୍ତି । ତେବେ ପୁଣି ଥରେ ଭାରତୀୟ ରେଳ ବିଭାଗ କିଛି ନିୟମ ପରିବର୍ତ୍ତନ କରିଛି । ଯହା ଦ୍ୱାରା ଯାତ୍ରୀମାନଙ୍କୁ ଦୂରସ୍ଥାନକୁ ଯାତ୍ରା କରିବା ଆହୁରି ସୁବିଧା ଓ ସହଜ ହେବ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ ।

ଭାରତୀୟ ରେଳବାଇର ନୂଆ ନୀୟମ ଅନୁଯୟୀ ଥାର୍ଡ ଏସି କୋଚ୍ ଅର୍ଥାତ ସ୍ଲିପର କୋଚରେ ଯାତ୍ରା କରିବା ସମୟରେ ମିଡିଲ ବର୍ଥକୁ ନେଇ ସବୁଠାରୁ ଅଧିକ ଅସୁବିଧା ହୋଇଥାଏ । ତେବେ ଏନେଇ ଆପଣ ଭାରତୀୟ ରେଳବାଇର ନୀୟମ ବିଷୟରେ ଜାଣି ରଖିବା ଉଚିତ୍ । ତେବେ ରେଳବାଇର ନୂତନ ନୀୟମ ଅନୁଯୟୀ ରାତି ୧୦ ଟାରୁ ସକାଳ ୬ ପର୍ଯ୍ୟନ୍ତ ଆପଣ ମିଡିଲ ବାର୍ଥକୁ ଖୋଲି ପାରିବେ । ଏଥି ସହିତ ଲୋୟର ବାର୍ଥରେ ରାତି ୧୦ ଟା ପରେ ଉପର ବର୍ଥ ଏବଂ ମିଡିଲ ବର୍ଥ ଯାତ୍ରୀମାନେ ବସିପାରିବେ ନାହିଁ । ଯଦି କେହି ଯାତ୍ରୀ ଆପଣଙ୍କ ସିଟରେ ବସିଥାନ୍ତି ତେବେ ଆପଣ ରେଳ ନୀୟମ କହି ତାଙ୍କୁ ନିଜ ସିଟରୁ ଉଠାଇ ପାରିବେ । ସେହିପରି ନୂତନ ନୀୟମ ଅନୁଯାୟୀ ରାତି ୧୦ ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ ଟିଟି ଯାତ୍ରୀମାନଙ୍କ ଟିକେଟ୍ ଯାଞ୍ଚ କରିପାରିବେ ନାହିଁ । ତେବେ  ଆପଣ ଯଦି ରାତି ୧୦ ପରେ ଟ୍ରେନ ଯାତ୍ରା କରୁଛନ୍ତି ତାହାଲେ ରେଳବାଇର ଏହି ନୀୟମ ଲାଗୁ ହେବ ନାହିଁ ।

Get real time updates directly on you device, subscribe now.