ପେଟ୍ରୋଲ-ଡିଜେଲ ଦର ପୁଣି ବଢିଲା: ଚେକ୍ କରନ୍ତୁ ମୂଲ୍ୟ କେତେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଦରବୃଦ୍ଧିକୁ ନେଇ ଚିନ୍ତାରେ ପଡିଥିବା ସାଧାରଣ ଜନତାଙ୍କୁ ଲାଗିଛି ଆଉ ଏକ ଝଟକା । ପେଟ୍ରୋଲ-ଡିଜେଲ ଦରରେ ପୁଣିଥରେ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନରୁ ଏହି ମୂଲ୍ୟ ସ୍ଥିର ରହିବା ପରେ ଏବେ ଏଥିରେ ପୁଣି ବୃଦ୍ଧି ଘଟିଛି । ରାଜ୍ୟ ସରକାର ଏବେ ଏହି ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି କରିବାରେ ଲାଗିଛନ୍ତି । ତେବେ ଦେଶର ମୋଟ ୪ଟି ମହାନଗର ନିଗମରେ ତେଅଳଦରରେ କୌଣସି ବୃଦ୍ଧି ଘଟିନାହିଁ ।

ସାଧାରଣ ଜନତାଙ୍କୁ ମେଘାଳୟ ସରକାର ଦରବୃଦ୍ଧିର ଏକ ବଡ ଝଟକା ଦେଇଛନ୍ତି । ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢାଇଛନ୍ତି ସରକାର । ରାଜ୍ୟର କର ମନ୍ତ୍ରୀ ଜେମ୍ସ ପିକେ ସଙ୍ଗମା ଏ ନେଇ ସୂଚନା ଦେଇଛନ୍ତି । ସେହିପରି ପଡୋଶୀ ରାଜ୍ୟ ଆସାମରେ ମଧ୍ୟ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖାଯାଇଛି ।

ନୂଆ ରେଟ ଅନୁଯାୟୀ, ମେଘାଳୟର ବିରନୀହାଟରେ ପେଟ୍ରୋଲ ମୂଲ୍ୟ ଏବେ ୯୫.୧ ଟଙ୍କା ପ୍ରତି ଲିଟର ଏବଂ ଶିଲଂରେ ୯୬.୮୩ ଟଙ୍କାରେ ପହଞ୍ଚିଛି । ତେବେ ଡିଜେଲ ଦର ୮୩.୫ ଟଙ୍କା ପ୍ରତି ଲିଟର ହୋଇଥିବା ବେଳେ ଶିଲଂରେ ଏହା ୮୪.୭୨ ଟଙ୍କା ରହିଛି । ରାଜ୍ୟରେ ତୈଳଦର ଲିଟର ପ୍ରତି କ୍ରମଶଃ ୧.୫୦ ଟଙ୍କା ବୃଦ୍ଧି ପାଇଛି ।

କୋଲକାତାରେ ପେଟ୍ରୋଲ ୧୦୬.୦୩ ଟଙ୍କା ଥିବା ବେଳେ ଡିଜେଲ ୯୨.୭୬ ଟଙ୍କା ରେକର୍ଡ ହୋଇଛି । ତେବେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୧୦୩.୧୯ ଟଙ୍କା ଏବଂ ଡିଜେଲ ୯୪.୭୬ଟଙ୍କାରେ ସ୍ଥିର ରହିଛି ।