fbpx

ମାଟି ରେ ମିଶିଲା ଟ୍ୱିନ୍ ଟାୱାର

ନୂଆଦିଲ୍ଲୀ: ମାଟିରେ ମିଶିଲା ନୋଏଡା ସେକ୍ଟର -୩ ଠାରେ ଅବସ୍ଥିତ ସୁପରଟେକ୍ ଏମେରାଲ୍ଡ କୋର୍ଟର ଟ୍ୱିନ୍ ଟାୱାର । ୯ ସେକେଣ୍ଡରେ ଧରାସାଇ ହେଲା ୯୦୦ କୋଟିର ୩୦ ମହଲା ଓ ୩୨ ମହଲାର ଦୁଇଟି ଟାୱାର । ୧୦୦ ମିଟର ଉଚ୍ଚତା ବିଶିଷ୍ଟ ଦୁଇଟି ଅଟ୍ଟାଳିକା ମାଟିରେ ମିଶିଲା । ତେବେ ପାଖାପାଖି ୭୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତେବେ ଟାୱାର ଠାରୁ ୫୦୦ ମିଟର ପରଧିକୁ ମନିଷିଦ୍ଧାଞ୍ଚଳ କରାଯାଇଛି ।

ତେବେ ଏହି ଟ୍ୱିନ ଟାୱାରକୁ ଭାଙ୍ଗିବା ପାଇଁ ୧୧ ଏପ୍ରିଲ ୨୦୧୪ ମସିହାରେ ଆହ୍ଲାବାଦ ହାଇକୋର୍ଟ ନିଦ୍ଦେର୍ଶ ଦେଇଥିଲେ । ଯାହାକୁ ନେଇ ସୁପରଟେକ୍ ବିଲଡର୍ ସୁପ୍ରିକୋର୍ଟର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଶେଷରେ ୩୧, ଅଗଷ୍ଟ ୨୦୨୧ ରେ ସୁପ୍ରିମକୋର୍ଟ ଏହି ଟ୍ୱିନ ଟାୱାରକୁ ୩ ମାସ ମଧ୍ୟରେ ଭାଙ୍ଗିବା ପାଇଁ ନିଦ୍ଦେର୍ଶ ଦେଇଥିଲେ । ତେବେ ୩ ଥର ତାରିଖକୁ ବଢାଇବା ପରେ ଶେଷରେ ଆଜି ଏହାକୁ ଭଙ୍ଗାଯାଇଛି । ଅନ୍ୟପକ୍ଷେ ଏହି ଟ୍ୱିନ ଟାୱାର ଭାଙ୍ଗିବା ପରେ ପ୍ରଭାବିତ ଅଞ୍ଚଳ ପାଇଁ ୧୦୦ଟି ୱାଟର ଟ୍ୟାଙ୍କ, ୧୫ଟି ଆଣ୍ଟି ସ୍ମଗ ଗନ୍, ୬ଟି ମେକାନିକାଲ ସୁଇପିଂ ମେସିନ୍, ୨୦୦ ସୁଇପର ଏବଂ ୨୦ଟି ଟ୍ରାକ୍ଟର ଟ୍ରଲିକୁ ନିୟୋଜିତ କରାଯାଇଛି ।

 

Get real time updates directly on you device, subscribe now.