fbpx

କନ୍ନଡ ଫିଲ୍ମ ଷ୍ଟାର ପୁନିତ୍‌ ରାଜକୁମାରଙ୍କୁ ନିଆର ଶ୍ରଦ୍ଧାଞ୍ଜଳି, ତାଙ୍କ ନାମରେ ମହାକାଶକୁ ଉତ୍‌କ୍ଷେପଣ ହେବ ଉପଗ୍ରହ

ବେଙ୍ଗାଲୁରୁ: ସ୍ୱର୍ଗତଃ କନ୍ନଡ ଚଳଚ୍ଚିତ୍ର ତାରକା ପୁନିତ୍‌ ରାଜକୁମାରଙ୍କ ନାମରେ ଏକ ଉପଗ୍ରହ ଉତ୍‌କ୍ଷେପଣ କରାଯିବ । ବାସ୍ତବରେ ବାଙ୍ଗାଲୋରର ଏକ ସରକାରୀ ବିଦ୍ୟାଳୟର ପିଲାମାନେ ପୁନିତ୍‌ଙ୍କୁ ଏକ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଏହି ଉପଗ୍ରହ ଶ୍ରୀହାରିକୋଟା ଷ୍ଟେସନରୁ ଉତକ୍ଷେପଣ କରାଯିବ । କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ନଭେମ୍ବର ୧୫ରୁ ଡିସେମ୍ବର ୩୧ ମଧ୍ୟରେ ଏହି ଉପଗ୍ରହ ଉତକ୍ଷେପଣ କରାଯିବ ବୋଲି ସେ କହିଛନ୍ତି । ଏହାପୂର୍ବରୁ ରାଜ୍ୟ ସରକାର ପୁନିତ୍‌ଙ୍କୁ କର୍ଣ୍ଣାଟକ ରତ୍ନ ଦେବା ପାଇଁ ପୁରସ୍କାର ଘୋଷଣା କରିଥିଲେ ।

Get real time updates directly on you device, subscribe now.