ସୁପ୍ରିମକୋର୍ଟର ସ୍ଥଗିତାଦେଶକୁ ଫୁ’ : ସୀମା ସୁରକ୍ଷା ବିପଦରେ, ୧ଲକ୍ଷ ଟଙ୍କାରେ ୧ ବିଗା ଜମି ବିକ୍ରି କରୁଛନ୍ତି ଜମି ଦଲାଲ

ବାରମେର: ରାଜସ୍ଥାନର ବାର୍‌ମେର ବର୍ଡରରେ ସୀମା ସୁରକ୍ଷାକୁ ନେଇ ବିବାଦ ଘନେଇଛି । ଦେଶର ଅତ୍ୟନ୍ତ ସମ୍ବେଦନଶୀଳ ସୀମାନ୍ତ ଅଞ୍ଚଳରେ, ଯେଉଁ ଜମିରେ ସୁପ୍ରିମକୋର୍ଟରେ ଷ୍ଟେ’ ରହିଛି ସେଗୁଡିକୁ ଏବେ ଶାଗମାଛ ମୂଲ୍ୟରେ ବିକ୍ରିବଟା ଚାଲିଛି ।

୧୬ ବର୍ଷ ପୂର୍ବେ, ଏକ ବେସରକାରୀ କମ୍ପାନୀ ଦ୍ୱାରା ଲକ୍ଷ ଲକ୍ଷ ଏକର ଜମି ବେନାମି କ୍ରୟ କରାଯାଇଥିଲା । ଏହି ଜମିଗୁଡିକ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ ଦ୍ୱାରା ନିଆଯାଇଥିଲା । ଏଭଳି ଜମି କ୍ରୟ ଓ ବିକ୍ରୟ ଉପରେ ସୁପ୍ରିମକୋର୍ଟ ବାରଣ କରିଥିଲେ । ଏହା ସତ୍ତେ୍ୱ ଏଠାରେ ଖୋଲାଖୋଲି ଭାବେ ଜମି ବିକ୍ରି କାରବାର କରାଯାଉଛି । ସବୁଠାରୁ ବିଜ୍ଜନକ ବିଷୟ ହେଉଛି ଯେ କିଛି ଦଲାଲ ଓ ଟାଉଟରମାନେ ବିନା ଅନୁମତିରେ ବିଗା ପ୍ରତି ୫୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମି କିଣିବାର ବ୍ୟବସ୍ଥା କରିଛନ୍ତି । ଏଠାରେ ଭାରତ-ପାକିସ୍ତାନ ସୀମା ନିକଟରେ ଥିବା ଜମି ମାଫିଆ ଦଲାଲମାନେ ଏଭଳି ଖୁଲମ୍‌ଖୁଲ୍ଲା କାରବାର ଚଳାଇଛନ୍ତି । ଏହି ଦଲାଲମାନେ ମୋଟା ଅଙ୍କର କମିଶନ ନେଇ ଗୋଟିଏ ଦିନରେ ରେଜିଷ୍ଟ୍ରି ଠାରୁ ଆରମ୍ଭ କରି ମ୍ୟୁଟେସନ୍‌ ପର୍ଯ୍ୟନ୍ତ କାମ ତୁଲାଇ ଦେଉଛନ୍ତି ।