8th Pay Commission Update: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର ! ଲାଗୁ ହେବ ଅଷ୍ଟମ ବେତନ ଆୟୋଗ !

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଦେଶବ୍ୟାପୀ ଲାଗୁ ହୋଇଛି ସପ୍ତମ ବେତନ ଆୟୋଗ । ଏହି ଆଧାରରେ କର୍ମଚାରୀମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ମଧ୍ୟ ମିଳିପାରୁଛି । ଏହାପରେ ମଧ୍ୟ ସାଲାରୀକୁ ନେି କର୍ମଚାରୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ସେଥିପାଇଁ ଖୁବଶୀଘ୍ର ଏକ ସ୍ମାରକପତ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି କହିଛି କର୍ମଚାରୀ ସଂଘ । ଏଥିରେ ଦରମା ବୃଦ୍ଧି କିମ୍ବା ଅଷ୍ଟମ ବେତନ ଆୟୋଗ ଲାଗୁ କରିବା ପାଇଁ ସେମାନେ ଦାବି କରିଛନ୍ତି ।

ରିପୋର୍ଟ ମୁତାବକ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନ ସୀମା ବର୍ତ୍ତମାନ ୧୮ ହଜାର ଟଙ୍କ ରହିଥିବା କହିଛି ସଂଗଠନ । ଏଥିରେ ବେତନ ବୃଦ୍ଧିରେ ଫିଟମେଣ୍ଟ ଫ୍ୟାକ୍ଟରକୁ ଗୁରୁତ୍ୱ ଦିଆଯାଇଛି । ତେବେ ଏହାଏବେ ୨.୫୭ ଗୁଣ ରହିଥିବା ବେଳେ ସପ୍ତମ ବେତନରେ ଏହି ଫ୍ୟାକ୍ଟରକୁ ୩.୬୮ ଗୁଣ କରିବା ପାଇଁ ସୁପାରିଶ କରାଯାଇଛି । ଏମିତି ହେବା ଦ୍ୱାରା କର୍ମଚାରୀମାନଙ୍କ ନ୍ୟୁନତମ ବେତନ ୧୮ ହଜାର ଟଙ୍କାରୁ ବଢି ୨୬ ହଜାର ପର୍ଯ୍ୟନ୍ତ ହୋଇପାରେ ।

ତେବେ ସରକାରଙ୍କ ସୂଚନା ଅନୁଯାୟୀ, ସପ୍ତମ ବେତନ ପରେ କୌଣସି ନୂଆ ବେତନ ନିୟମ ଲାଗୁ ହେବ ନାହିଁ । କିନ୍ତୁ ଏହା ପରିବର୍ତ୍ତେ କିଛି ନୂଆ ସିଷ୍ଟମ ଲାଗୁ ହୋଇପାରେ । ଫଳରେ ସରକାରୀ କର୍ମଚାରୀମାନଙ୍କୁ ଏହାର ଫାଇଦା ମିଳିପାରିବ । “ଅଟୋମେଟିକ ପେ ରିଭିଜନ ସିଷ୍ଟମ’ ଭଳି ଏହି ସିଷ୍ଟମ ହୋଇପାରେ, ଯାହାଦ୍ୱାରା ଡିଏ ୫୦ ପ୍ରତିଶତରୁ ଅଧିକ ହେଲେ ସାଲାରୀରେ ମଧ୍ୟ ବୃଦ୍ଧି ହେବ । ଏମିତି ହେଲେ କେନ୍ଦ୍ର ସରକାର ୬୮ ଲକ୍ଷ କର୍ମଚାରୀ ଏବଂ ୫୨ ଲକ୍ଷ ପେନସନଧାରୀମାନଙ୍କୁ ଏହାର ଲାଭ ମିଳିବ । ତେବେ ଏ ନେଇ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇ ନାହିଁ ।