fbpx

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ: କ୍ୟାନସର ହସ୍ପିଟାଲ ପାଇଁ ଧନ୍ୟବାଦ ଦେଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ନିଜ ରିପୋର୍ଟ କାର୍ଡ ଦେଇଛନ୍ତି ମାନ୍ୟବର ସାଂସଦ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସାଂସଦ ।

ସାଂସଦ ପ୍ରଧାନମନ୍ତ୍ରୀଙ୍କ ଭେଟି ରାଜ୍ୟର ୩୭୫ ଜନଔଷଧି କେନ୍ଦ୍ର, ସ୍ୱାସ୍ଥ୍ୟ ଶିବିର, ସଂଗଠନ ଆଦି ସଂପର୍କରେ ଆଲୋଚନା କରିଛନ୍ତି । ସାଂସଦ ପ୍ରଧାନମନ୍ତ୍ରୀଙ୍କୁ ଭୁବନେଶ୍ୱରରେ ଟାଟା କ୍ୟାନ୍ସର ହସ୍ପିଟାଲ ଅନୁମତି ପାଇଁ କୃତଜ୍ଞତା ଜଣାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ଆଶୀର୍ବାଦ ଭିକ୍ଷା କଲି ବୋଲି ଟ୍ୱିଟରେ ଲେଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Get real time updates directly on you device, subscribe now.