fbpx

ସୁସ୍ଥ ଶରୀର ଏବଂ ସୁନ୍ଦର ତ୍ୱଚା ପାଇଁ ମହିଳାମାନେ ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ଶରୀର ଏବଂ ତ୍ୱଚାର ଯତ୍ନ ନେବା ବହୁତ କଷ୍ଟକର ହୋଇ ପଡିଛି । ଖାସ୍ କରି ଅନେକ ମହିଳାମାନେ ପରିବାର ଏବଂ ନିଜ କର୍ମକ୍ଷେତ୍ରରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ନିଜର ଯତ୍ନ ନେବାକୁ ସେମାନେ ଭୁଲି ଯାଇଥାନ୍ତି । ଯାହାଫଳରେ କମ୍ ବୟସରୁ ସେମାନଙ୍କ ତ୍ୱଚାର ଚମକ କମିବା ସହ ଶରୀରରେ ମଧ୍ୟ ଅନେକ ସମସ୍ୟା ଦେଖାଦେଇଥାଏ । ତେବେ ଆପଣ ନିଜ ଶରୀର ସହ ତ୍ୱଚାକୁ ସୁନ୍ଦର ରଖିବାକୁ ଚାହୁଁଥିଲେ ନିଜ ଖାଦ୍ୟରେ କିଛି ଜିନିଷକୁ ସାମିଲ କରିବାକୁ ପଡିବ । ବର୍ତ୍ତମାନ ଆସନ୍ତୁ ଜାଣିବା କଣ ସେହି ଜିନିଷ ଯାହାକୁ ନିୟମିତ ଖାଇବା ଦ୍ୱାରା ଶରୀର ସହ ତ୍ୱଚା ମଧ୍ୟ ସୁନ୍ଦର ଓ ସୁସ୍ଥ ରହିବ ।

ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ:

ଭିଟାମିନ୍ ‘ଏ’: ୪୦ କିମ୍ବା ୪୫ ବର୍ଷର ମହିଳାମାନଙ୍କ ନିକଟରେ ହରମୋନ ପରିବର୍ତ୍ତନ ସହ ଅନ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ଯାହାଫଳରେ ଏହା ତାଙ୍କ ଶରୀର ଏବଂ ତ୍ୱଚା ଉପରେ ଅନେକ ପ୍ରଭାବ ପକାଇଥାଏ । ତେଣୁ ଏହି ବୟସର ମହିଳାମାନେ ନିଜ ଶରୀର ଏବଂ ତ୍ୱଚାକୁ ସୁନ୍ଦର ଓ ସୁସ୍ଥ ରଖିବା ପାଇଁ ନିଜ ଖାଦ୍ୟରେ ଭିଟାମିନ୍ ଏ ଜାତୀୟ ଖାଦ୍ୟକୁ ସାମିଲ କରନ୍ତୁ । ତେବେ ଆପଣ ଏହି ପୋଷକ ତତ୍ୱ ମଧ୍ୟରୁ କଖାରୁ , ପାଳଙ୍ଗ , ଅମୃତଭଣ୍ଡା ଏବଂ ଗାଜର ଆଦିକୁ ନିଜ ଖାଦ୍ୟରେ ସାମିଲ କରିପାରିବେ ।

ଭିଟାମିନ୍ ‘ବି-୯’: ଗର୍ଭବତୀଥିବା ସମୟରେ ମହିଳାଙ୍କ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ଆସିଥାଏ । ତେଣୁ ଏପରି ପରିସ୍ଥିତିରେ ସେମାନଙ୍କୁ ଭିଟାମିନ୍ ବି-୯ ଜାତୀୟ ଖାଦ୍ୟର ଆବଶ୍ୟକତା ହୋଇଥାଏ । ଯାହାକୁ ଫଲିକ୍ ଏସିଡ ମଧ୍ୟ କୁହାଯଇଥାଏ । ତେବେ ଏହି ଖାଦ୍ୟ ଖାଇବା ଦ୍ୱାରା ପିଲାର ଜନ୍ମ ସମୟରେ କୌଣସି ପ୍ରକାରର ଅସୁବିଧା ହୋଇ ନଥାଏ । ତେଣୁ ଆପଣ ନିଜର ଦୈନନ୍ଦିନ ଖାଦ୍ୟରେ ଏହି ଭିଟାମିନ୍ ‘ବି-୯’ ଜାତୀୟ ଖାଦ୍ୟକୁ ସାମିଲ କରନ୍ତୁ ।

ଭିଟାମିନ୍ ‘ଡି’: ବୟସ ବଢିବା ସହ ମହିଳାମାନଙ୍କର ହାଡ ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଯେଉଁଥିପାଇଁ ତାଙ୍କ ଶରୀରକୁ କ୍ୟାଲସିୟମ୍ ସହ ଭିଟାମିନ୍ ‘ଡି’ର ମଧ୍ୟ ଆବଶ୍ୟକତା ପଡିଥାଏ । ତେଣୁ ଏହି ମହିଳାମାନେ ନର୍ର ପ୍ରତ୍ୟେକ ଦିନ ଖାଦ୍ୟରେ ଭିଟାମିନ୍ ‘ଡି’ ଜାତୀୟ ଖାଦ୍ୟ ସେବନ କରନ୍ତୁ । ଏପରି କରିବା ଦ୍ୱାର ଶରୀର ସୁସ୍ଥ ରହିବା ସହ ତିବଚାରେ ମଧ୍ୟ ଚମକ ଆସିବ ।

ଭିଟାମିନ୍ ‘ଇ’: ପ୍ରତ୍ୟେକ ମହିଳା ଚାହିଥାନ୍ତି ସେ ସର୍ବଦା ସୁନ୍ଦର ଦେଖାଯାଆନ୍ତୁ । ଯେଉଁଥିପାଇଁ ଶରୀରକୁ ପ୍ରଚୁର ପରିମାଣରେ ଭିଟାମିନ୍ ‘ଇ’ର ଆବ୍ୟଶକତା ରହିଥାଏ । ଏହାକୁ ଖାଇବା ଦ୍ୱାରା ମହିଳାମାନଙ୍କ କେଶ, ତ୍ୱଚା ମୁହଁ ଏବଂ ନଖ ଆଦିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ । ଏଥି ସହତ ବ୍ରଣ, ଦାଗ, ଏବଂ ଏବଂ ଆଖି ତଳ କଳା ପଡିବା ଆଦି ସମସ୍ୟା ଦୂର ହୋଇଥାଏ ।

ଭିଟାମିନ୍ ‘କେ’: ମହିଳାମାନଙ୍କ ରୁତୁସ୍ରାବ ସମୟରେ ଅଧିକ ରକ୍ତଶ୍ରାବ ସହତ ଅନେକ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏଥି ସହିତ ପିଲା ଜନ୍ମ ହେବା ସମୟରେ ମଧ୍ୟ ମହିଳାଙ୍କ ଶରୀରରୁ ବହୁତ ରକ୍ତସ୍ରାବ ହୋଇଥାଏ । ତେବେ ଏହି ସମସ୍ୟାକୁ କମ କରିବା ପାଇଁ ମହିଳାମାନଙ୍କୁ ଭିଟାମିନ୍ ‘କେ’ର ଆବଶ୍ୟକତା ପଡିଥାଏ । ତେଣୁ ମହିଳାମାନେ ନିଜର ଦୈନନ୍ଦିନ ଖାଦ୍ୟରେ ଏହି ପୋଷକ ତତ୍ୱକୁ ସାମିଲ କରନ୍ତୁ ।

Get real time updates directly on you device, subscribe now.