fbpx

Viral Video: ପୋଲିସ ବାଡି ପାଇଁ ଛୋଟପିଲାଟିର ଜିଦି

ମୁମ୍ବାଇ: ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଇଣ୍ଟରନେଟରେ ଭାଇରାଲ ହେବାର ଲାଗିଛି । କେଉଁଠି କିଏ ମଜାଦାର ଭିଡିଓ କରି ଭାଇରାଲ କରୁଛି ତ ଆଉ କେଉଁଠି ବିବାଦିୟ ଭିଡିଓ କରି କିଏ ଅଡୁଆରେ ଫଶୁଛି । ତେବେ ଏହାରି ମଧ୍ୟରେ ଆଉ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଯାହାକି ଅନେକ ଲୋକଙ୍କ ହୃଦୟ ଜିତିଛି । ଏହି ଭିଡିଓରେ ଜଣେ ଛୋଟ ପିଲା ରାସ୍ତା କଡରେ ଛିଡା ହୋଇଥିବା ଜଣେ ମହିଳା ପୋଲିସଙ୍କ ବାଡି ନେବାକୁ ଜିଦି କରିଥିବା ଦେଖିବାକୁ ମିଳୁଛି । ଏହି ଭିଡିଓକୁ କନିଷ୍କା ବିଶୋଇ ନାମକ ଇଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରାଯାଇଛି ।

 

View this post on Instagram

 

A post shared by KANISHKA BISHNOI💫 (@kanishka_bish)

ତେବେ ଭାଇରାଲ ଭିଡିଓଟି ମୁମ୍ବାଇର ବୋଲି ଡଣାପଡିଛି । ଏହି ଭିଡିଓରେ ଥିବା ପିଲାଟିର ବୟସ ମାତ୍ର ୨୧ ମାସ ହୋଇଥିବା ବେଳେ ମହିଳା ପୋଲିସ ପିଲାଟି ସହ ମଜା ମସ୍ତି କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ହସ ଇମୋଜି ସହ କ୍ୟାପସନରେ ଲେଖା ହୋଇଛି ‘ଶେଷ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ’ । ଏହି ଭିଡିଓର ଆରମ୍ଭରେ ପିଲାଟି ମହିଳା ପୋଲିସଙ୍କ ବାଡିନେବାକୁ ଜିଦି କରୁଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ ପିଲାକୁ ଆଘାତ ଲାଗିଯିବା ଭୟରେ ମହିଳା ପୋଲିସ ବାଡିଦେବାକୁ ମନା କରୁଛନ୍ତି । ଏହାପରେ ଛୋଟପିଲାଟି ରାସ୍ତା କଡରେ ବସି ଯାଉଛି ଏବଂ ବଡ ପାଟିରେ ଜିଦି କରିବାକୁ ଲାଗୁଛି । । ଯାହାକୁ ଦେଖି ସେଠାରେ ଥିବା ଲୋକେ ହସିବା ସହ ସେହି ଦୃଶ୍ୟର ମଜା ନେଉଥିବା ଦେଖିବାକୁ ମିଳିଛି ।

ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ ଏହି ଭିଡିଓରେ ଅନେକ ପ୍ରକାର କମେଣ୍ଟ ଦେବା ସହ ଭିଡିଓର ମଜା ନେଉଥିବା କହିଛନ୍ତି । ଏହି ଭିଡିଓଟିକୁ ୮ ଲକ୍ଷ ୬୯ ହଜାରରୁ ଅଧିକ ଲାଇକ୍ ମିଳିଥିବା ବେଳେ ଏକ କୋଟିରୁ ଅଧିକ ଲୋକ ଦେଖିଥିବା ଜଣା ପଡିଛି ।

Get real time updates directly on you device, subscribe now.