fbpx

ଗାଡି ଚାଳକ ସାବଧାନ! ସିଟ ବେଲ୍ଟ ସହ ଜଡିତ ଏହି ନିୟମରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଖୁବଶୀଘ୍ର ବଦଳିବାକୁ ଯାଉଛି ଟ୍ରାଫିକ ରୁଲ୍ । ଟ୍ରାଫିକ ନିୟମରେ ଯୋଡି ହୋଇପାରେ ଆଉ ଏକ ନୂଆ ଫର୍ଦ୍ଦ । ଗାଡି ଚଳାଇବା ବେଳେ ସିଟ ବେଲ୍ଟ ପିନ୍ଧିବାକୁ ନେଇ ପରିବର୍ତ୍ତିତ ନିୟମ ଲାଗୁ କରାଯିବ । ସଡକ ସୁରକ୍ଷାକୁ ନେଇ ଚର୍ଚ୍ଚା ଲାଗ ରହିଥିବା ବେଳେ ଏବେ ଏଥିରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ(MoRTH) ଆଗାମୀ ଦିନରେ ଏଥିପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି ।

ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ସଡକ ସୁରକ୍ଷା ନୀତିକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ୭ ଏୟାରବେସ ଥିବା ଏକ ସୁରକ୍ଷିତ ମର୍ସିଡିଜ ଜିଏଲସି କାରରେ ମଧ୍ୟ ସିଟ ବେଲ୍ଟ ନ ପିନ୍ଧିତିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ତେଣୁ ଖୁବଶୀଘ୍ର ଏହି ନିୟମରେ ଏକ ବଡ ପରିବର୍ତ୍ତନ ଆଣିପାରନ୍ତି କେନ୍ଦ୍ର ସରକାର । ସିଟବେଲ୍ଟ ୱାର୍ଣ୍ଣିଂ ଆଲରାମକୁ ରୋକିବା ପାଇଁ ମେକାନିଜମ ଉପରେ ବ୍ୟାନ ଆଦେଶ ଜାରି କରାଯାଇପାରେ । ଏହାସହିତ ମୋଟ ୪ଟି ପ୍ରମୁଖ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନିଆଯାଇପାରେ ।

ସିଟ ବେଲ୍ଟ ବିପ୍ ଆଲାରାମ ସ୍ଟପର୍ସ ଉପରେ ବ୍ୟାନ, ଗାଡିରେ ୬ଟି ଏୟାରବ୍ୟାଗ, ମିଡର ଏବଂ ରିୟର ସିଟ ପାଇଁ ୩ ପଏଣ୍ଟ ଥିବା ସିଟ ବେଲ୍ଟ ନିଶ୍ଚିତ କରିବା ସହ ସିଟ ବେଲ୍ଟ ପିନ୍ଧିବାକୁ ନେଇ ସଚେତନତା ବୃଦ୍ଦି କରିବାକୁ ପଡିବ । ତେବେ ଏ ନେଇ ଖୁବଶୀଘ୍ର ଆଦେଶ ଜାରି କରାଯିବ ବୋଲି କହିଛନ୍ତି ଟ୍ରାନ୍ସପୋର୍ଟ ମିନିଷ୍ଟ୍ରିର ଜଣେ ବରିଷ୍ଠ ଅଧିକାରୀ ।

Get real time updates directly on you device, subscribe now.