(Video) କୂଳ ଲଙ୍ଘୁଛି ସମୁଦ୍ର, ସାଗର ଗର୍ଭରେ ଲୀନ ହୋଇଯିବ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ !

ପୁରୀ: ସମୂଦ୍ର ଜୁଆର ହେତୁ କୋଣାର୍କ ପୁରୀ ବେଳାଭୂମୀ ମାର୍ଗ ରାସ୍ତା ଧିରେ ଧିରେ ଧୋଇ ହୋଇଯାଉଛି । ଯାହା ଫଳରେ ସମୂଦ୍ର ଗର୍ଭରେ ଲୀନ ହେବାରେ ଲାଗିଛି ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ । ବଡ ବଡ ଲହଡି ଏବଂ ଅଦିନିଆ ଜୁଆର ମେରାଇନ ଡ୍ରାଇଭ ପାଇଁ ବିପଦ ପାଲଟିଛି । ଯାହା ଫଲରେ ସ୍ଥାନୀୟ ଅଞ୍ଚଳର ଳୋକମାନେ ଚିନ୍ତାପ୍ରକାଶ କରିଛନ୍ତି ।

ଅଦିନରେ ମାଡି ଆସୁଥିବା ଜୁଆରକୁ ରୋକିବା ପାଇଁ ଦିଆଯାଉଛି ଶହ ଶହ ବାଲିବସ୍ତା । କିନ୍ତୁ ସମୁଦ୍ରର ଅଶାନ୍ତ ରୂପକୁ ବାଲିବସ୍ତା ଅଟକାଇ ପାରିନି । ଶହ ଶହ ବାଲିବସ୍ତାକୁ ବି ଧୋଇ ନେଉଛି ସମୁଦ୍ରର ଲୁଣି ଜୁଆର । ତେବେ ଏହାର ସ୍ଥାୟୀ ସମାଧାନ କରା ନ ଗଲେ ଏହି ଜୁଆର ଦିନେ ଜନବସତି ଆଡକୁ ମାଡି ଆସିବ । ବାରମ୍ବାର ଗଣମାଧ୍ୟମରେ ଏ ଖବର ପ୍ରସାରଣ ହେବା ପରେ ପୁରୀ ଉପ ଜିଲ୍ଲାପାଳ ଏବଂ ଗୋପ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ । ଏହାପରେ ଜେସିବି ଦ୍ୱାରା ବାଲି ବସ୍ତା ଦେଇ ବନ୍ଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ନିର୍ଦ୍ଦେଶ ଅନୁସାରେ ବାଲିବସ୍ତା ଦେଇ ସମୁଦ୍ର ଜୁଆର ରୋକିବା ପାଇଁ ଚେଷ୍ଟା କରିଥିଲେ ସ୍ତାନୀୟ ଲୋକେ । ହେଲେ ବିଡ଼ମ୍ବନାର ବିଷୟ, ଗତକାଲି ରାତିରେ ସମୂଦ୍ର ଜୁଆରରେ ବାଲିବସ୍ତାକୁ ଖାଇ ଦେଇଛି ସମୁଦ୍ର । ସବୁଠାରୁ ବଡ କଥା ହେଉଛି ଏଠାକାର ଅଞ୍ଚଳବାସୀ ଓ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଏହି ରାସ୍ତା ବିପଦପୂର୍ଣ୍ଣ ହେବାକୁ ବସିଲାଣି । ତେଣୁ ତୁରନ୍ତ ଘଟଣା ସ୍ଥାନରେ ଜିଲ୍ଲାପାଳ ପହଞ୍ଚି ସମୂଦ୍ର ଖାଉଥିବା ପୁରୀ-କୋଣାର୍କ ମୂଖ୍ୟ ରାସ୍ତାକୁ ବଞ୍ଚାଇବାକୁ ଦାବି କରିଛନ୍ତି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ।