ନୂଆଦିଲ୍ଲୀ: ନିକଟରେ ମୋହାଲୀର ଏକ କିଛି ଛାତ୍ରୀଙ୍କ ଭିଡିଓ ଭାଇରାଲ ହୋଇଛି । ଏହା ଏକ ପ୍ରାଇଭେଟ ୟୁନିଭର୍ସିଟି ହଷ୍ଟେଲର ବୋଲି ଜାଣିବାକୁ ମିଳିଛି । ଏଠାକାର କିଛି ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଏବେ ହଷ୍ଟେଲରେ ଚାଲିଛି ତୁମୁଳ କାଣ୍ଡ । ଏହି ଭିଡିଓକୁ ଅନଲାଇନରେ ଭାଇରାଲ କରିଥିବା ଛାତ୍ରୀଙ୍କୁ ଗିରଫ କରିଛି ପୋଲିସ । ଏହାପରେ ଛାତ୍ରୀମାନଙ୍କ ଉପରେ ର୍ବେିଛନ୍ତି ହଷ୍ଟେଲ ୱାର୍ଡନ । ଏବେ ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
ରାଗରେ ହଷ୍ଟେଲ ୱାର୍ଡନ ଆରୋପୀ ଛାତ୍ରୀଙ୍କୁ ଖୁବ ଜୋରରେ ଗାଳି କରୁଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ କରିଥିବାରୁ ତାଙ୍କୁ ହଷ୍ଟେଲରୁ ବାହାର କରିବା ପାଇଁ ମଧ୍ୟ ସେ କହିଛନ୍ତି । ଛିଃ! ଇଏ କେମିତି କାମ କଲୁ… କେତେ ଖରାପ, କେତେ ନୀଚ୍ଚ କାମ କରିଛୁ ବୋଲି କହି ଛାତ୍ରୀଙ୍କୁ ଗାଳି ଦେଉଥିବାର ଏହି ଭିଡିସରେ ଦେଖାଯାଇଛି । ସୂଚନା ଅନୁସାରେ, ଛାତ୍ରୀଜଣକ ନିଜ ବନ୍ଧୁଙ୍କର ଗାଧୋଇବାର ୫୦-୬୦ ଭିଡିଓ କରି ବୟଫ୍ରେଣ୍ଡକୁ ପଠାଇଥିବା ନେଇ ଅଭିଯୋଗ ହୋଇଛି । ଏହାପରେ ବୟଫ୍ରେଣ୍ଡ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିବା ଜଣାଯାଇଛି ।
ତେବେ ଏହି ଘଟଣା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ ଜାଣିବା ପରେ ଏହାକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଆଦେଶ ଦେଇଛନ୍ତି । ସେପଟେ ଛାତ୍ରୀଜଣକ କେବଳ ନିଜ ଭିଡିଓ ପଠାଇଥିବା ପୋଲିସକୁ ସଫେଇ ଦେଇଛନ୍ତି । କିନ୍ତୁ ତାଙ୍କ ବିରୁଦ୍ଧରେ ୫୦-୬୦ ଜଣ ଛାତ୍ରୀଙ୍କ ଗାଧୋଇବାର ଭିଡିଓ କରିଥିବା ଅଭିଯୋଗ ଆସିଛି ।