fbpx

ଗିରଫ ହେଲା ଜୋମାଟୋ ଡେଲିଭରି ବଏ: ମହିଳାଙ୍କୁ ଜୋର୍ ଜବରଦସ୍ତି କରୁଥିଲେ କିସ୍

ପୁଣେ: ମହିଳାଙ୍କୁ ଜୋର୍ ଜବରଦସ୍ତି କିସ୍ କରିବାକୁ ଉଦ୍ୟମ କରିବା ଏବଂ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜୋମାଟୋ ଡେଲିଭରି ବଏକୁ ଗିରଫ କରାଯାଇଛି । ଏହି ଯୁବକ ଜଣକ ୧୯ ବର୍ଷୀୟ ଯୁବତୀଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଜଣେ ଜୋମାଟୋ ଡେଲିଭରି ବଏଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୂଯାୟୀ, ଯୁବକଙ୍କ ପରିଚୟ ମିଳିଛି ୪୦ ବର୍ଷୀୟ ରଇଜ୍ ଶେଖ୍ ବୋଲି ଜଣାପଡ଼ିଛି ପୋଲିସ୍ ତାଙ୍କୁ ଗିରଫ କରିଛି । ଘଟଣା ପୁଣେର ୟେୱେଲବାଡ଼ି ଏରିଆରେ ଘଟିଛି । ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ଜଣକ ମହିଳାଙ୍କୁ ଧନ୍ୟବାଦ କରିବା ବାହାନାରେ ଦୁଇ ଥର କିସ୍ କରିଥିଲା । ତେବେ ଏହାକୁ ନେଇ ମହିଳା  କୋନ୍ଧୱା ପୋଲିସ ଥାନାରେ ଏକ ଏଫଆଇଆର ରୁଜୁ କରିଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ କୋନ୍ଧୱା ପୋଲିସ ଏକ ଏଫଆଇଆର ରୁଜୁ କରି ଯୁବକଙ୍କୁ ଗିରଫ କରିଥଲା । ଅବଶ୍ୟ ତାଙ୍କୁ ପରେ ବେଲ୍ ମିଳିଥିଲା ।

ବରିଷ୍ଠ ପୋଲି ଅଧିକାରୀଙ୍କ କହିବା ଅନୂଯାୟୀ,  ମହିଳା ଜଣକ ଅଭିଯୋଗ କରିଥିଲେ ଯେ ସେ ଜୋମାଟୋରୁ ଖାଦ୍ୟ ଅର୍ଡର କରିଥିଲେ । ଆଉ ଖାଦ୍ୟର ଡେଲିଭରି ପାଇଁ ଉକ୍ତ ଯୁବକ ଆସିଥିଲେ । ଖାଦ୍ୟ ଦେବା ସମୟରେ ଯୁବକ ଜଣକ ପାଣି ପିଇବାକୁ ମାଗିଥିଲେ । ଆଉ ଯେତେବେଳେ ସେ ପାଣିଦେଇଥିଲେ । ଯୁବକ ଜଣକ ତାଙ୍କୁ ନିଜ ପାଖକୁ ଟାଣିନେଇଥିଲେ ଏବଂ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ ।

ଆଉ ଯେତେବେଳେ ସେ ପାଟି କରିଥିଲେ ସେତେବେଳେ ଅଭିଯୁକ୍ତ ସେଠାରୁ ପଳାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ହାଉସିଙ୍ଗ ସୋସାଇଟିର ଲୋକମାନେ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ଏବଂ ପୋଲିସର ଜିମା ଦେଇଥିଲେ । ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୫୪ ଏବଂ ୩୫୪ ଏ ଦଫା ଲଗାଯାଇଛି ।

Get real time updates directly on you device, subscribe now.