fbpx

ଚଣ୍ଡିଗଡ଼ MMS ଭାଇରାଲ ମାମଲାରେ ବଡ଼ ଖୁଲାସା: ଅଭିଯୁକ୍ତ ଯୁବତୀକୁ ସେନାର ଯବାନ କରୁଥିଲା ବ୍ଲାକମେଲ୍

ଚଣ୍ଡିଗଡ଼: ପଞ୍ଜାବର ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଏମଏମଏସ୍ ଘଟଣାକୁ ନେଇ ଏକ ବଡ଼ ଖୁଲାସା ହୋଇଛି । କୁହାଯାଇଛି ଯେ ଯେଉଁ ଯୁବତୀ ଛାତ୍ରୀଙ୍କ ଭିଡିଓ କରିଥିଲା, ତାକୁ ଭାରତୀୟ ସେନାର ଜଣେ ଯବାନ ବ୍ଲାକମେଲ କରୁଥିଲା । ସେହି ଯବାନ ଜଣକ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ କରିବାକୁ ଯୁବତୀକୁ ବାଧ୍ୟ କରୁଥିଲା । ଅଭିଯୁକ୍ତ ଯୁବତୀର ଜଣେ ବନ୍ଧୁ ତାର ଅଶ୍ଲୀଳ ଭିଡିଓ ସେହି ଯବାନକୁ ପଠାଇଥିଲା, ଯାହାକୁ ଲିକ୍ କରିବାର ଧମକ ଦେଇ ସେନାର ଯବାନ ଅନ୍ୟ ଛାତ୍ରୀଙ୍କ ଭିଡିଓ କରିବାକୁ ବାଧ୍ୟ କରିଥିଲା ।

ତଦନ୍ତରୁ ଜଣାପଡିଛି ଯେ, ଏହି ଯବାନ ଜାମ୍ମୁର ବାସିନ୍ଦା ହୋଇଥିବା ବେଳେ ତାର ନାଁ ସଞ୍ଜୀବ କୁମାର । ବର୍ତ୍ତମାନ ତାକୁ ଅରୁଣାଚଳ ପ୍ରଦେଶର ଏଟା ନଗର ନିକଟରେ ପୋଷ୍ଟିଂ କରାଯାଇଛି । ପୋଲିସର ସୂଚନାନୁସାରେ ଅଭିଯୁକ୍ତ ଯୁବତୀ ହଷ୍ଟେଲର ଝିଅମାନଙ୍କର କୌଣସି ଭିଡିଓ କରିପାରିନଥିଲା । ଫୋନରେ ତାର ନିଜର ଭିଡିଓ ଥିଲା । ଫୋରେନସିକ୍ ବିଶେଷଜ୍ଞ ମୋବାଇଲ୍ ଫୋନ୍ ଯାଞ୍ଚ କରିବା ପରେ ପୋଲିସକୁ ଏହା କହିଛନ୍ତି । ଏହି ମାମଲାରେ ବର୍ତ୍ତମାନ ସେନା ଯବାନ ସଞ୍ଜୀବ କୁମାରକୁ ପୋଲିସ ପଚରାଉଚରା କରିବ ।

ଏହାପୂର୍ବରୁ ପଞ୍ଜାବ ପୋଲିସ ଏହି ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଯେଉଁଥିରେ ଭିଡିଓ ତିଆରି କରିଥିବା ଯୁବତୀ ମଧ୍ୟ ସାମିଲ । ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ପଞ୍ଜାବ ପୋଲିସର ଏସଆଇଟି ପଚରାଉଚରା କରିଛି । ଅଭିଯୋଗ ହୋଇଛି ଯେ, ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ବାଥରୁମରେ ଅନ୍ୟ ଝିଅ ଛାତ୍ରୀମାନଙ୍କର ଅନେକ ଆପତ୍ତିଜନକ ଭିଡିଓ କରିଥିଲେ । ଏହି ମାମଲାରେ ଅଭିଯୁକ୍ତ ଛାତ୍ରୀ ଏବଂ ହିମାଚଳ ପ୍ରଦେଶର ଦୁଇ ଯୁବକଙ୍କୁ ଗିରଫ କରାଯାଇଛି । ଅଭିଯୋଗ ହେଉଛି ଜଣେ ଯୁବକ ଅଭିଯୁକ୍ତ ଛାତ୍ରୀଙ୍କ ପ୍ରେମିକ ବୋଲି ଜଣାପଡିଛି । ।

Get real time updates directly on you device, subscribe now.