fbpx

National Cinema Day! ମାତ୍ର ୭୫ ଟଙ୍କା, ସବୁ ହଲରେ ଫିକ୍ସ ହେବ ଟିକେଟ ମୂଲ୍ୟ

ନୂଆଦିଲ୍ଲୀ: ମୁଣ୍ଡରୁ ଗଲା ଟିକେଟ ଟେନସନ । ଫିଲ୍ମ ଟିକେଟ ପାଇଁ ଆଉ ଖର୍ଚ୍ଚ କରିବାକୁ ପଡିବନି ଶହ ଶହ ଟଙ୍କା । ମାତ୍ର ୭୫ ଟଙ୍କାରେ ଫିଲ୍ମ ଦେଖିବେ ସିନେପ୍ରେମୀ । ମଲ୍ଟିପ୍ଲେକ୍ସ ହେଉ କି ସିଙ୍ଗଲ ସ୍କ୍ରିନ, ସବୁଠି ଏବେ ଟିକେଟ ମୂଲ୍ୟ ସମାନ-ମାତ୍ର ୭୫ ଟଙ୍କା । ସିନେମା ଦିବସ ଉପଲକ୍ଷେ ଦର୍ଶକମାନଙ୍କୁ ଏହି ସୁବର୍ଣ୍ଣ ସୁଯୋଗ ଦେଉଛି ମଲ୍ଟିପ୍ଲେକ୍ସ ମାଲିକ ସଂଘ ।

ଆସନ୍ତାକାଲି ସିନେମା ଦିବସ । ତେଣୁ ସମସ୍ତ ଦର୍ଶକମାନଙ୍କୁ ଏକ ସୁନ୍ଦର ଭେଟି ଦେଇଛି ମଲ୍ଟିପ୍ଲେକ୍ସ ମାଲିକ ସଂଘ । ପିଭିଆର, ଆଇନକ୍ସ, ସିନେପଲିକ୍, ସିନେପ୍ଲେକ୍ସ ସମେତ ସମସ୍ତ ବଡ ସିନେ ଥିଏଟରରେ ଯେକୌଣସି ଶୋ’ର ଟିକେଟ ମୂଲ୍ୟ ୭୫ ଟଭ୍କା ରହିବ ବୋଲି ଧାର୍ଯ୍ୟ କରାଯାଇଛି । ତେବେ କେବଳ ମଲ୍ଟିପ୍ଲେକ୍ସ ନୁହେଁ, ସାଧାରଣ ହଲ ବା ସିଙ୍ଗଲ ସ୍କ୍ରିନରେ ଫିଲ୍ମ ଦେଖିବା ପାଇଁ ମଧ୍ୟ ୭୫ଟଭ୍କା ହିଁ ଖର୍ଚ୍ଚ କରିବାକୁ ପଡିବ ।

ବହୁ ବର୍ଷ ଧରି ଅନେକ ସିନେମା ଦର୍ଶକ ଥିଏଟରରେ ଦେଖୁଛନ୍ତି । ତେଣୁ ଦର୍ଶକଙ୍କୁ ଧନ୍ୟବାଦ ଜଣାଇବାକୁ ହଲ୍ ମାଲିକମାନେ ଏପରି ନିଷ୍ପତି ନେଇଛନ୍ତି । କରୋନା ପରେ ଭାଙ୍ଗି ଯାଇଥିବା ସିନେମା ଶିଳ୍ପ ପୁଣି ଥରେ ଅଣ୍ଟା ସଲଖି ଛିଡ଼ା ହେବାକୁ ଚେଷ୍ଟା କରୁଛି । ପୁଷ୍ପା, ଜଜଜ, କଏୠ୨ ଆଉ ଏବେ ବ୍ରହ୍ମାସ୍ତ୍ର ଭଳି ଫିଲ୍ମ, ହଲକୁ ପୁଣି ଚଳଚଞ୍ଚଳ କରିଛି । ତେଣୁ ଦର୍ଶକଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇ ପ୍ରଥମେ ଆମେରିକାରେ ସେପ୍ଟେମ୍ବର ୩ ତାରିଖକୁ ଜାତୀୟ ସିନେମା ଦିବସ ଭାବେ ପାଳନ କରାଯାଇଛି । ଏହାକୁ ଅନୁସରଣ କରି ଭାରତରେ ବି ଏପରି ପାଳନ ହେବ ସିନେମା ଦିବସ ।

Get real time updates directly on you device, subscribe now.