fbpx

ପ୍ରାଚୀନ କଳାକୃତିରେ ଅଜନ୍ତା ଗୁମ୍ଫା : ଜାଣନ୍ତୁ ଏହାର ଐତିହ

ମହାରାଷ୍ଟ୍ର: ଭରତ ହେଉଛି କଳା, ସାହିତ୍ୟ, ସଂସ୍କୃତି, ଐତିହ ଏବଂ ପ୍ରାଚୀନ କଳାକୃତିରେ ପରିପୂର୍ଣ୍ଣ ଦେଶ । ଏଠାରେ ଲୁଚି ରହିଛି ଅନେକ ପ୍ରାଚୀନ ଐତିହାସିକ ତଥ୍ୟ । ଯାହାକି ଅନେକ ପର୍ଯ୍ୟଟଙ୍କୁ ଆକୃଷ୍ଟ କରିଥାଏ । ସେଥିପାଇଁ ତ କାଇଁ କେତେ ଦୂରରୁ ପର୍ଯ୍ୟଟକମାନେ ଭାରକୁ ଧାଇଁ ଆସନ୍ତି । ତେବେ ଭାରତରେ ଥିବା ଏହି ଐତିହ ଏବଂ କଳା ସଂସ୍କୃତି ମଧ୍ୟରୁ ମହାରାଷ୍ଟ୍ର ରେ ଥିବା ଅଜନ୍ତା ଗୁମ୍ଫା ହେଉଛି ଅନ୍ୟତମ ।

ଏହି ଅଜନ୍ତା ଗୁମ୍ଫା ଭାରତରେ ଥିବା ପ୍ରାଚୀନ କାଳର ଗୁମ୍ଫାମାନଙ୍କ ଭିତରୁ ଗୋଟିଏ । ଏହା ଦ୍ୱତୀୟ ଶତାବ୍ଦୀର ଗୁମ୍ଫା ଅଟେ ଅର୍ଥତ୍ ଏହା ପ୍ରାୟ ୪୮୦ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା । ଯେଉଁଠାରେ ବୌଦ୍ଧ ଧର୍ମ ସମ୍ବଦ୍ଧିତ ଚିତ୍ର କାଳର ନମୁନା ସହିତ ଅନେକ କଳାକୃତି ଏବଂ ଐତିହ ଦେଖିବାକୁ ମିାଳିଥାଏ । ଏହି ଗୁମ୍ଫା ମହାରାଷ୍ଟ୍ରର ଅଜନ୍ତା ନାମକ ଏକ ଗ୍ରାମରେ ଅବସ୍ତିତ ହୋଇଥିବାରୁ ତାହା ନାମ ଅଜନ୍ତା ଗୁମ୍ଫା ହୋଇଛି । ତେବେ ମହାରଷ୍ଟ୍ରର ଔରାଙ୍ଗାବାଦର ଏକ ଘନ ଜଙ୍ଗଲ ପରିବେଷିତ ଅଶ୍ୱନଳ ଘାଟିରେ ଅବସ୍ଥିତ ଏହି ଗୁମ୍ଫ।। ଯାହାକି ଅଜନ୍ତା ଗ୍ରାମରୁ ମାତ୍ର ୩.୫୦ କିଲୋମିଟର ଦୂରରେ ଅବସ୍ଥିତ ।

India - Maharashtra - Ajanta Caves - Cave 26 - 35 | The Ajan… | Flickr

ଅଜନ୍ତା ଗୁମ୍ଫାକୁ ଯିବା ପୂର୍ବରୁ ଏକ ଘଟି ପଡିଥାଏ ଯେଉଁ ଘାଟିରେ ପାହାଡି ଝରଣାମାନ ପ୍ରବାହିତ ହେଉଛି ଏବଂ ତାର କୁଳୁକୁଳୁ ନାଦ ପର୍ଯ୍ୟଟଙ୍କ ମନକୁ ଅକର୍ଷିତ କରିଥାଏ । । ତେବେ ଏହି ଅଜନ୍ତା ଗୁମ୍ଫାର ଖାସ୍ ବିଶେଷତ୍ୟ ହେଉଛି ଯେ ଏହି ଗୁମ୍ଫାରେ ମଧ୍ୟ ଆହୁରି ୨୯ଟି ଗୁମ୍ଫା ରହିଛି ଯାହାକି ପର୍ୟ୍ୟଟକଙ୍କ ମନରେ ଏଠାକୁ ଆସିବାର ଉତ୍ସାହକୁ ଦ୍ୱିଗୁଣିତ କରିଥାଏ । ଏଠାରେ ଯେ କେବଳ ବୌଦ୍ଧ ଧର୍ମର କଳାକୃତି ରହିଛି ତାହା ନୁହେଁ ଏଠାରେ ଆହୁରି ଅନେକ ରାଜଦରବାର ଉପରେ ମଧ୍ୟ ଐତିହାସିକ କଳାକୃତି ପର୍ୟ୍ୟବେସିତ ହୋଇଛି । ଏସବୁକୁ ଛାଡିଦେଲେ ଏହି ଗୁମ୍ଫାରେ ଆହୁରି ମଧ୍ୟ ଫୁଲ ଫଳ ପଶୁ ପକ୍ଷୀଙ୍କର କଳାକୃତି ମଧ୍ୟ ଦେଖିବାକୁ ମିଳିଥାଏ ।
ଏହି ଗୁମ୍ଫାରେ ଥିବା ୨୯ଟି ଗୁମ୍ଫା ମଧ୍ୟରୁ ୧୬ ନମ୍ବର ଗୁମ୍ଫା ଶିଳାଲେଖ ଉପରେ ପର୍ୟ୍ୟବେସିତ ହୋଇଛି । ଏଥି ସହିତ ଏଠାରେ ଏକ ବୁଦ୍ଧ ମନ୍ଦିର ମଧ୍ୟ ଅଛି ଯେଉଁଥିରେ ଖୋଦିତ ହୋଇ ଅଳଙ୍କୃତ ହୋଇଥିବା ବଡ ବଡ କବାଟ ପାହାଚ ଏବଂ ଖୁଣ୍ଟ ମଧ୍ୟ ରହିଛି । ଏହି ଅଜନ୍ତା ଗୁମ୍ଫାର ମୁଖ୍ୟ ଉଦେଶ୍ୟ ହେଉଛି ବୌଦ୍ଧ ଧର୍ମର ପ୍ରସାର ପ୍ରଚାର ଏବଂ ତାଙ୍କ ଜୀବନରେ ଘଟିଥିବା କାହାଣୀକୁ ବର୍ଣ୍ଣିତ କରିବା । ଏହି ଗୁମ୍ଫାରେ ବର୍ଣ୍ଣିତ ବହୁ ପ୍ରାଚୀନ ଶିଳାଲିପି ଏତେ ଆକୃଷ୍ଟ ଯେ ଯାହାକି ପର୍ୟ୍ୟଟକଙ୍କ ମନକୁ ବିସ୍ମିତ କରିଥାଏ । ପଥର ଉପରେ ବର୍ଣ୍ଣିତ ଚିତ୍ର ସତରେ ଆଶ୍ଚର୍ୟ୍ୟ ଜନକ ଅଟେ । ଏହି ମନମୋହକ କଳାକୃତି ଏବଂ ମନୋରମ ଶିଳ୍ପ ଦୂରଦୂରାନ୍ତରୁ ଆସୁଥିବା ପର୍ୟ୍ୟଟକମାନଙ୍କୁ ଅପୂର୍ବ ଆନନ୍ଦ ପ୍ରଦାନ କରିଥାଏ ।

Get real time updates directly on you device, subscribe now.