fbpx

ଅକ୍ଟୋବର ୪ ପର୍ଯ୍ୟନ୍ତ ଏହି ରାଶି ଉପରେ କୃପାବର୍ଷା କରିବେ ମା’ଦୁର୍ଗା: ଆଉ ରହିବନି ଦୁଃଖ

ଶାରଦୀୟ ନବରାତ୍ରୀ ୨୬ ସେପ୍ଟେମ୍ବର ୨୦୨୨ ଅର୍ଥାତ୍ ଆଜିଠାରୁ ଆରମ୍ଭ ହୋଇଛି । ନବରାତ୍ରୀର ପ୍ରଥମ ଦିନରେ ମା ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ବିଧି ହିସାବରେ ପୂଜା କରାଯାଉଛି । ଧାର୍ମିକ ମାନ୍ୟତା ଅନୁସାରେ, ମା ଦୁର୍ଗାଙ୍କୁ ଉପାସନା କରୁଥିବା ଭକ୍ତମାନଙ୍କୁ ବିଶେଷ ଆଶୀର୍ବାଦ ମିଳିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନବରାତ୍ରୀ ସମୟରେ କିଛି ରାଶିର ଲୋକଙ୍କ ଉପରେ ମା’ଙ୍କ ଅଶେଷ କୃପା ରହିବ ।

ତୁଳା:-
ନବରାତ୍ରୀରେ ତୁଳା ରାଶିର ଲୋକଙ୍କ ଉପରେ ମା’ଙ୍କ ବିଶେଷ କୃପା ରହିବ । ଏହି ରାଶି ଲୋକଙ୍କ ପାଇଁ ବର୍ତ୍ତମାନ ସମୟରେ କୌଣସି ନୂଆ କାମ ଲାଭକାରୀ ହେବ । ଜୀବନ ସୁଖମୟ ହେବ । ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବେ । ଆର୍ଥିକ ଉନ୍ନତି ହେବାର ସମ୍ଭାବନା ରହିଛି । କ୍ୟାରିୟରରେ ଆଗକୁ ବଢ଼ିବେ ।

ମିଥୁନ:-

ନବରାତ୍ରୀର ନଅ ଦିନ ମିଥୁନ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଆପଣ କଠିନ ପରିଶ୍ରମର ସମ୍ପୂର୍ଣ୍ଣ ଫଳ ପାଇବେ । ଅଟକି ରହିଥିବା କାର୍ଯ୍ୟ ଶେଷ ହେବ । ଆର୍ôଥକ ସ୍ଥିତିରେ ସୁଧାର ଆସିବ । ଜମି ଏବଂ ଗାଡ଼ି କିଣିବାର ଯୋଗ ରହିଛି । ପାରିବାରିକ ଜୀବନ ସୁଖମୟ ହେବ ।

କୁମ୍ଭ:-

ନବରାତ୍ରୀର ପବିତ୍ର ପର୍ବ କୁମ୍ଭ ରାଶିର ଲୋକମାନଙ୍କ ପାଇଁ ଏକ ଖୁସି ଖବର ଆଣିପାରେ । ଏହି ସମୟରେ କୁମ୍ଭର ରାଶିର ଲୋକମାନେ ମା ଦୁର୍ଗାଙ୍କ ବିଶେଷ କୃପା ପାଇବେ । ବୃତ୍ତି ସମ୍ବନ୍ଧୀୟ ସମସ୍ୟା ଶେଷ ହୋଇପାରେ । ବ୍ୟବସାୟୀମାନଙ୍କୁ ଲାଭ ମିଳିବ ।

ବିଛା:-

ବିଛା ରାଶିର ଲୋକଙ୍କ ପାଇଁ ନବରାତ୍ରୀର ପବିତ୍ର ପର୍ବ ଜୀବନରେ ସୁଖ ଆଣିପାରେ । ସ୍ୱାସ୍ଥ୍ୟ ଭଲ ହେବ । ଟଙ୍କା ଆସିବାର ସମ୍ଭାବନା ରହିଛି । ସୁଖ-ସୁବିଧା ବଢ଼ିବ । ଋଣରୁ ମୁକ୍ତି ପାଇବାର ସମ୍ଭାବନା ରହିବ ।

Get real time updates directly on you device, subscribe now.