fbpx

ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ବଢ଼ିଲା ମାଗଣା ରାସନ ଯୋଜନା, କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୋଟି କୋଟି ଗରିବ ହିତାଧିକାରୀଙ୍କୁ ଖୁସି ଖବର ଦେଇଛନ୍ତି । ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନ ଯୋଜନା ୩ ମାସ ପାଇଁ ବୃଦ୍ଧି କରାଯାଇଛି । ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱା)ରେ ଉପଭୋକ୍ତାମାନେ ଏହି ଫାଇଦା ଉଠାଇ ପାରିବେ ।

ସୂଚନାଯୋଗ୍ୟ ଯେ, ଗତ ୨୦୨୦ ମସିହା ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ମାଗଣା ରାସନ ଯୋଜନାର ଶୁଭାରମ୍ଭ କରିଥିଲେ । ପରେ ମାର୍ଚ୍ଚ ମାସରୁ ଆଉ ୬ ମାସ ପାଇଁ ଏହି ଯୋଜନାକୁ ବଢ଼ାଇ ଦିଆଯାଇଥିଲା । ଏବେ ପୁଣି ଥରେ କେନ୍ଦ୍ର ସରକାର ୩ ମାସ ପାଇଁ ମାଗଣା ରାସନ ଯୋଜନା ବୃଦ୍ଧି କରିଛନ୍ତି । ଏହାଫଳରେ କର୍ମଚାରୀମାନେ ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ଏହି ଯୋଜନାର ଫାଇଦା ଉଠାଇ ପାରିବେ ।

ଏହି ସ୍କିମରେ ଦେଶର ପାଖାପାଖି ୮୦ କୋଟି ଲୋକଙ୍କୁ ଫ୍ରି ରାସନ ପ୍ରଦାନ କରାଯାଇଥିଲା । ଏଥିରେ ପ୍ରତ୍ୟେକ ମାସରେ ଲୋକଙ୍କୁ ୫ କେଜି ଫ୍ରି ରାସନ ମିଳିଥାଏ । ପୁଣି ଥରେ ମାଗଣା ରାସନ ଯୋଜନାକୁ ବୃଦ୍ଧି କରାଯିବା ପୂର୍ବରୁ ଅନେକ ଚର୍ଚ୍ଚା ହେଉଥିଲା । ଏବେ ଉକ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । କୋଟି କୋଟି ଗରିବ ଉପଭୋକ୍ତାଙ୍କୁ ମୋଦୀ ସରକାର ଦଶହରା ଭେଟି ଦେଇଛନ୍ତି ।

Get real time updates directly on you device, subscribe now.