fbpx

ରୁହନ୍ତୁ ସାବଧାନ୍ : ନଚେତ୍ ବନ୍ଦ ହୋଇପାରେ ଆପଣଙ୍କ ହ୍ୱାଟ୍ସ ଆପ୍ ଆକାଉଣ୍ଟ!

ନୂଆଦିଲ୍ଲୀ: ଆଜିକାଲି ଯୁଗରେ ସୋସିଆଲ ମିଡିଆର ଚାହିଦା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏହି ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି ।ତେବେ ଏହି ସୋସିଆଲ ମିଡିଆ ମଧ୍ୟରେ ହ୍ୱାଟ୍ସ ଆପ୍ ର ଚାହିଦା ଅଧିକ ରହିଛି । ପ୍ରତ୍ୟେକ ବ୍ୟକ୍ତି ହ୍ୱାଟ୍ସ ଆପ ବ୍ୟବହାର କରିବା ସହ ଏହା ମଧ୍ୟମରେ ଅନେକ କାର୍ଯ୍ୟ କରିଥାନ୍ତି । କିନ୍ତକିଛି ବ୍ୟକ୍ତି ଏହାକୁ ଖରାପ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ଯେପରି କି ହ୍ୟାକିଙ୍ଗ୍ ସାଇବର କ୍ରାଇମ ପରି ଅନେକ କାର୍ଯ୍ୟ ଏହି ହ୍ୱାଟ୍ସ ଆପ୍ ମଧ୍ୟମରେ ହୋଇଥାଏ । ତେବେ ହ୍ୱାଟ୍ସ ଆପ୍ ର ପିବେଶକୁ ଖରାପ କରୁଥିବା ବ୍ୟକ୍ତିମାନଙ୍କ ଉପରେ ହ୍ୱାଟ୍ସ ଆପ୍ କମ୍ପାନୀ ଏକ ଶକ୍ତ ପଦକ୍ଷେପ ନେଇଛନ୍ତି ।

କମ୍ପାନୀ ଏହାର ଅଭିଯୋଗ ରିପୋର୍ଟରେ ସୂଚନା ଦେଇ କହିଛି ଯେ ଜୁନ୍ ମାସରେ ହ୍ୱାଟ୍ସ ଆପ୍ ୨୨ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ନିଷିଦ୍ଧ କରିଛି ଏବଂ ଜୁନ୍ ମାସରେ କମ୍ପାନୀ ୬୩୨ ଟି ଅଭିଯୋଗ ରିପୋର୍ଟ ଗ୍ରହଣ କରିଛି । ତେବେ ମେସେଜିଂ ପ୍ଲାଟଫର୍ମ ଆଇଟି ନିୟମ ୨୦୨୧ ଅନୁଯାୟୀ ଜୁନ୍ ମାସର ରିପୋର୍ଟ ପ୍ରକାଶ କରିଛି । ଯାହାର ଶୀର୍ଷକ ହେଉଛି ‘India Monthly Report Order the information technology’ (ମଧ୍ୟବର୍ତ୍ତୀ ଗାଇଡଲାଇନ ଏବଂ ଡିଜିଟାଲ୍ ମିଡିଆ ଏଥିକ୍ସ କୋଡ୍) ନିୟମ, ୨୦୨୧’|

ଜୁନ୍ ମାସରେ ବ୍ୟାନ ହୋଇଛି ଏତିକି ଆକାଉଣ୍ଟ:
ତେବେ ହ୍ୱାଟ୍ସ ଆପ୍ ର ପ୍ରବକ୍ତାଙ୍କ କହିବା ଅନୁଯାୟୀ, ହ୍ୱାଟ୍ସ ଆପ୍ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇଥିବା ମେସେଜିଂ ସେବା ମଧ୍ୟରେ ଅପବ୍ୟବହାରକୁ ରୋକିବାରେ ଏକ ଇଣ୍ଡଷ୍ଟ୍ରିଆଲ ଲିଡର ଅଟେ । ଏଥିସହିତ ସେମାନେ ୟୁଜର୍ସ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବର୍ଷ ବର୍ଷ ଧରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଅନ୍ୟାନ୍ୟ ଅତ୍ୟାଧୁନିକ ଜ୍ଞାନ କୌଶଳ, ଡାଟା ବୈଜ୍ଞାନିକ ଏବଂ ବିଶେଷଜ୍ଞମାନଙ୍କୁ ରଖି ସେଥିରେ ବିନିଯୋଗ କରୁଛୁ । ତେବେ କମ୍ପାନୀ ତାର ଲାଟେଷ୍ଟ ରିପୋର୍ଟ ନୁଯାୟୀ କହିଛି ଯେ ୨୦୨୨ ମସିହା ୧ ଜୁନ୍ ରୁ ୩୦ ଜୁନ୍ ମଧ୍ୟରେ୨୨,୧୦,୦୦୦ ଭାରତୀୟ ହ୍ୱାଟ୍ସ ଆପ୍ ଆକାଉଣ୍ଟକୁ ବ୍ୟାନ କରିଦିଆଯାଇଛି । ଏଥିସହିତ ସେ ତାର ରିପୋର୍ଟରେ ଆହୁରୀ ମଧ୍ୟ କହିଛି ଯେ ଆକାଉଣ୍ଟକୁ ବ୍ୟାନ କରିବା ପାଇଁ ୪୨୬ ଅନୁରୋଧ ଏବଂ ସୁରକ୍ଷା ଦୃଷ୍ଟିରୁ ୧୬ ଟି ଅଭିଯୋଗ କରାଯାଇଛି ଏବଂ ଏହି ସମୟ ମଧ୍ୟରେ ପ୍ରାପ୍ତ ରିପୋର୍ଟଗୁଡିକ ଆଧାରରେ, ୬୪ ଆକାଉଣ୍ଟରେ କାର୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.