fbpx

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ: ବଢ଼ିଲା ସୁରକ୍ଷା…

ମୁମ୍ବାଇ: ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଜୀବନ ପ୍ରତି ବିପଦ ହେବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ତାଙ୍କର ସୁରକ୍ଷା କଡ଼ାକଡ଼ି କରାଯାଇଛି । ରାଜ୍ୟର ଗୁଇନ୍ଦା ବିଭାଗ (ଏସଆଇଡି) ଶନିବାର ସନ୍ଧ୍ୟା ଏନେଇ ସୂଚନା ଦେଇଛି । ଏହାପରେ ପୋଲିସ୍ ତତକ୍ଷଣାତ୍ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଏବଂ ନିଜସ୍ୱ ବାସଭବନରେ ସୁରକ୍ଷା ବଢ଼ାଇଦେଇଛି । ସେପଟେ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଅକ୍ଟୋବର ୫ ତାରିଖରେ ମୁମ୍ବାଇର ଏମଏମଆରଡିଏ ମଇଦାନରେ ଦଶହାର ରାଲିକୁ ସମ୍ବୋଧନ କରିବେ । ଏହାକୁ ଦୃଷ୍ଟିରେ ରଖି ମଧ୍ୟ ତାଙ୍କର ସୁରକ୍ଷା ବଢ଼ାଯାଇଛି ।

ସୂଚନାଯୋଗ୍ୟ, ଏକନାଥ ସିନ୍ଦେ ଚଳିତ ବର୍ଷ ଜୁନ୍ ମାସରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଅନେକ ବିଧାୟକଙ୍କ ସହ ବିଦ୍ରୋହୀ ବିଧାୟକଙ୍କ ଅସନ୍ତୋଷକୁ ଆପଣାଇଥିବା ଏକନାଥ ସିନ୍ଦେଙ୍କ ବିଦ୍ରୋହ କାରଣରୁ ରାଜ୍ୟର ଉଦ୍ଧବ ଠାକରେଙ୍କ ସରକାର ଭାଙ୍ଗିଥିଲା । ଯାହାପରେ ଶିବସେନାର ବିଦ୍ରୋହୀ ଗ୍ରୁପ୍ ବିଜେପି ସହ ମିଶି ନୂଆ ସରକାର ଗଢ଼ିଥିଲେ । ଏକନାଥ ସିନ୍ଦେଙ୍କୁ ଚଳିତ ବର୍ଷ ଆରମ୍ଭରେ ନକ୍ସଲି ଆକ୍ରମଣ ନେଇ ମଧ୍ୟ ଚିଠିରେ ଧମକ ଦିଆଯାଇଥିଲା ।

Get real time updates directly on you device, subscribe now.