fbpx

ପୁରୁଷଙ୍କୁ ବି ହୋଇଥାଏ କି ମେନୋପାଜ୍ ? ଜାଣନ୍ତୁ କେଉଁ ବୟସରେ ହୁଏ ଓ ଏହାକୁ ନେଇ କ’ଣ କୁହନ୍ତି ଡାକ୍ତର

ନୂଆଦିଲ୍ଲୀ: ମହିଳାମାନେ ପାଖାପାଖି ୫୦ ବର୍ଷ ବୟସରେ ପହଞ୍ଚିଗଲେ ମେନୋପାଜ୍ ହୋଇଥାଏ । ଏଥିରେ ଡିମ୍ବାଣୁରେ ଉତ୍ପାଦିତ ଇଷ୍ଟ୍ରୋଜେନ୍ ହରମୋନ୍ ସଂପୂର୍ଣ୍ଣ ହ୍ରାସ ପାଇଥାଏ, ଯେଉଁ କାରଣରୁ ପିରିୟଡ୍ ବନ୍ଦ ହୋଇଯାଏ । ଏହି ପ୍ରକ୍ରିୟାର ପୂର୍ବରୁ ବା ପରେ ମହିଳାମାନଙ୍କୁ ଅନେକ ପ୍ରକାରର ମାନସିକ ଏବଂ ଶାରୀରିକ ସମସ୍ୟା ଦେଇ ଗତି କରିବାକୁ ପଡେ । କିନ୍ତୁ ଏହା ପୁରୁଷମାନଙ୍କ ସହିତ ମଧ୍ୟ ଘଟେ କି? ପୁରୁଷମାନଙ୍କଠାରେ ପ୍ରଜନନ କ୍ଷମତା ପାଇଁ ଟେଷ୍ଟୋଷ୍ଟେରନ୍ ହରମୋନ୍ ଦାୟୀ ।

ବୟସ ସହିତ ଟେଷ୍ଟୋଷ୍ଟେରନ୍ ହରମୋନ୍ ମଧ୍ୟ କମିଯାଏ । କିନ୍ତୁ ମହିଳାଙ୍କ ପରି ପୁରୁଷମାନଙ୍କ ମଧ୍ୟରେ ଦୃଶ୍ୟମାନ କୌଣସି ମେନୋପୋଜ ନଥାଏ । ଯଦିଓ କିଛି ଡାକ୍ତରଙ୍କ ମତରେ, ପୁରୁଷଙ୍କ ମଧ୍ୟ ମହିଳାଙ୍କ ପରି ମେନୋପାଜ ଥାଏ । ଏହି ସମୟ ମଧ୍ୟରେ ପୁରୁଷମାନେ ମଧ୍ୟ ସମାନ ଶାରୀରିକ ଏବଂ ମାନସିକ ସମସ୍ୟାର ସାମ୍ନା କରନ୍ତି, ଯାହା ଋତୁସ୍ରାବ ସମୟରେ ମହିଳାମାନଙ୍କୁ ସାମ୍ନା କରିବାକୁ ପଡିଥାଏ ।

ରିପୋର୍ଟ ମୁତାବକ, ଅବଶ୍ୟ ଏପର୍ଯ୍ୟନ୍ତ ଡାକ୍ତରମାନେ ଏହାକୁ ନେଇ ସ୍ପଷ୍ଟ କହିନାହାନ୍ତି ଯେ, ପୁରୁଷଙ୍କ ଟେଷ୍ଟୋଷ୍ଟେରନ୍ ସ୍ତର ହ୍ରାସ ହେବା ସମୟରେ ମେନୋପାଜ୍ ମହିଳାଙ୍କ ପରି ହୁଏ କି ନାହିଁ । କିନ୍ତୁ କେତେକ ପୁରୁଷଙ୍କୁ ୫୦ ବର୍ଷ ପାଖାପାଖି ବୟସ କିମ୍ବା ପରେ ଏହିସବୁ ସମାନ ଲକ୍ଷଣ ଭୋଗିବାକୁ ପଡୁଛି । ଯଦି ପୁରୁଷମାନେ ସେହି ସମୟରେ ହରମୋନ୍ ଥେରାପି କରନ୍ତି, ତେବେ ଏହି ସମସ୍ୟାରୁ ମୁକ୍ତି ପାଇବେ ବୋଲି ଡାକ୍ତର କହିଛନ୍ତି । ଏହି ପରିସ୍ଥିତିରେ ଏହା ଜାଣିବାକୁ ହେବ କି, ଯେଉଁ ପୁରୁଷମାନଙ୍କୁ ମେନୋପାଜ ହୁଏ, ସେମାନଙ୍କଠାରେ କେଉଁ ଲକ୍ଷଣର ଦେଖିବାକୁ ମିଳେ…

ପୁରୁଷ ମେନୋପାଜର ଲକ୍ଷଣ:
ଡାକ୍ତରଙ୍କ କହିବା ମୁତାବକ, ବୟସ ସହିତ ପୁରୁଷମାନଙ୍କଠାରେ ଟେଷ୍ଟୋଷ୍ଟେରନ୍ ହରମୋନ୍ ସ୍ତର କମିବା ଆରମ୍ଭ ହୋଇଥାଏ । ଏହି ସମୟରେ, ପୁରୁଷମାନଙ୍କ ସହିତ ମଧ୍ୟ କିଛି ସମସ୍ୟା ହୋଇପାରେ, କିନ୍ତୁ ଯେଉଁମାନଙ୍କର ଡାଇବେଟିସ୍ ଅଛି, ସେମାନଙ୍କ ପାଇଁ ଅଧିକ ସମସ୍ୟା ହୋଇପାରେ । ଉଲ୍ଲେଖଥାଉ କି, ପୁରୁଷମାନଙ୍କଠାରେ ଟେଷ୍ଟୋଷ୍ଟେରନ୍ ହରମୋନ୍ ହ୍ରାସ ହେବା ପରେ କିଛି ମାସ ପର୍ଯ୍ୟନ୍ତ ଅଧିକ ଥକ୍କା ଲାଗିଥାଏ । ଏହା ସହ ପୁରୁଷମାନେ ଦୁର୍ବଳତା ଅନୁଭବ କରନ୍ତି ଓ ଡିପ୍ରେସନରେ ରହତିବା ଆରମ୍ଭ କରନ୍ତି । ସବୁବେଳେ ଚିଡଚିଡା ଲାଗିଥାଏ ଓ ସ୍କିନ୍ ପତଳା ହୋଇଥାଏ । କୌଣସି ଦିନରେ ଧ୍ୟାନ କେନ୍ଦ୍ରିଭୂତ ହୋଇ ନରହିବା । ଅତ୍ୟଧିକ ଝାଳ ବାହାରିବା ଆଦି ଏହାର ଲକ୍ଷଣ ରହିଛି ।

କେଉଁ ବୟସରେ ପୁରୁଷମାନଙ୍କଠାରେ ମେନୋପାଜ୍ ହୁଏ ?
ମହିଳାମାନଙ୍କ ପରି ପୁରୁଷମାନଙ୍କରେ ଥିବା ଟେଷ୍ଟୋଷ୍ଟେରନ୍ ହରମୋନ୍ ସଂପୂର୍ଣ୍ଣଭାବେ ବିଲୋପ ହୋଇନଥାଏ, କିନ୍ତୁ ଏହାର ସ୍ତର ବହୁତ କମିଯାଏ । ଡାକ୍ତରଙ୍କ ଅନୁଯାୟୀ, ୮୦ ବର୍ଷ ପର୍ଯ୍ୟନ୍ତ ଜଣେ ସୁସ୍ଥ ବ୍ୟକ୍ତିଙ୍କଠାରେ ଶୁକ୍ରାଣୁ ସୃଷ୍ଟି ହୋଇପାରେ । ପୁରୁଷମାନଙ୍କଠାରେ ମେନୋପାଜର ସମୟ କହିବାକୁ ଗଲେ, ଏହା କେତେକ ପୁରୁଷଙ୍କ ମଧ୍ୟରେ ପ୍ରାୟ ୫୦ ବର୍ଷ ବୟସ ପାଖାପାଖିରେ ଆରମ୍ଭ ହୋଇପାରେ, ଯାହାକି ୭୦ ବର୍ଷ ବୟସ ପର୍ଯ୍ୟନ୍ତ ଯେକୌଣସି ସମୟରେ ହୋଇପାରେ ।

ଚିକିତ୍ସା :-
ଡାକ୍ତରମାନେ ବ୍ଲଡ ଟେଷ୍ଟ ମାଧ୍ୟମରେ କିଛି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରନ୍ତି । ଟେଷ୍ଟୋଷ୍ଟେରନ୍ ଲେବଲ ଯାଞ୍ଚ କରାଯାଏ । ଏହାର ଲକ୍ଷଣ ଆଧାରରେ ଶାରୀରିକ ପରୀକ୍ଷା କରାଯାଏ । ଡାକ୍ତରମାନେ କିଛି ଔଷଧ ଦେଇ ଏହାର ଉପଶମ କରିବାକୁ ଚେଷ୍ଟା କରନ୍ତି । ଯଦି ଏଥିରେ ଠିକ୍ ନହୁଏ, ତେବେ ହରମୋନ୍ ଥେରାପି ଦିଆଯାଏ ।

Get real time updates directly on you device, subscribe now.