fbpx

ପିଆଜ ସ୍ଥିତି ଏବେ ଅଣଆୟତ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର,୭ା୧୨(ଓଡ଼ିଶା ଭାସ୍କର): ପିଆଜ ଦର ରାଜ୍ୟ ହେଉ କିମ୍ବା ଦେଶରେ ଆକାଶ ଛୁଆଁ ହେବାରେ ଲାଗିଛି । ପିଆଜ ଏବେ କାଟିଲେ ନୁହେଁ ବରଂ ବଜାରରେ ପିଆଜ କିଣିଲା ବେଳେ ଆଖିରୁ ଲୁହ ବୋହୁଛି । ପିଆଜ ଦରବୃଦ୍ଧିକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତିି । ସେ କହିଛନ୍ତି ପିଆଜ ସ୍ଥିତି ଏବେ ଅଣଆୟତ ହେବାରେ ଲାଗିଛି ।

ତେବେ ନାସିକରେ ଯେଉଁଠି ୩ ଟନ ପିଆଜ ଉତ୍ପାଦନ ହେଉଥିଲା, ସେଠାରେ ଏବେ ୧୦କ୍ୱିଣ୍ଟାଲ ଉତ୍ପାଦନ ହେଉଛି । ଇଜିପ୍ଟରୁ ଆସିଥିବା ୧ଲକ୍ଷ ଟନ ପିଆଜ ଚାହିଦା ମେଣ୍ଟାଇ ପାରିବନି ବୋଲି ମନ୍ତ୍ରୀ କହିଛନ୍ତି । ଏନେଇ କଳାବଜାରୀ ରୋକିବାକୁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇ ଚଢ଼ାଉ କରାଯାଉଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.