fbpx

ଡିଜିପି ହତ୍ୟା ମାମଲାରେ ଚାକର ୟାସିର ଗିରଫ: ଡିଜିପିଙ୍କୁ କାହିଁକି ଓ କେମିତି ମାରିଥିଲା ଅଭିଯୁକ୍ତ ?

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ଡିଜି ହେମନ୍ତ ଲୋହିଆଙ୍କୁ ହତ୍ୟା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଘରୋଇ କର୍ମଚାରୀ ବା ଚାକର ୟାସିରକୁ ଗିରଫ କରାଯାଇଛି । ପୋଲିସ ସୋମବାର ରାତିରୁ ହିଁ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଖୋଜିବାରେ ଲାଗିପଡ଼ିଥିଲା । ଖବର ମିଳିଥିଲା କି, ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ତୁରନ୍ତ ଘରୁ ଫେରାର ମାରିଥିଲା, ଯାହାକି ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା ।

୫୨ ବର୍ଷୀୟ ଲୋହିଆଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ୟାସିରକୁ କାନାଚକ ଅଞ୍ଚଳରୁ ଗିରଫ କରାଯାଇଛି । ୟାସିର ପୋଲିସ ଅଧିକାରୀଙ୍କ ଘରେ କାମ କରୁଥିବା ବେଳେ ଏହି ହତ୍ୟା ଘଟଣା ପରେ ତୁରନ୍ତ ସେହି ସ୍ଥାନ ଛାଡ଼ି ଫେରାର ମାରିଥିଲା । ପୋଲିସର କହିବା ମୁତାବକ, ଅଭିଯୁକ୍ତ ଡିପ୍ରେସନର ଶିକାର ଥିଲା । ଏହା ସହ କୁହାଯାଉଛି କି, ପୋଲିସକୁ ତାର ଏକ ଡାଏରୀ ମଧ୍ୟ ମିଳିଛି ।

जम्मू कश्मीर पुलिस ने DG जेल हेमंत लोहिया की हत्या के आरोपी नौकर को गिरफ्तार कर लिया

ମାମଲାର ଯାଞ୍ଚ ଜାରି ରହିଥିବା ବେଳେ ଜାମ୍ମୁ ଓ ରାଜୌରୀରେ ଅସ୍ଥାୟୀ ଭାବେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଡିଜିପି ଦିଲବାଗ ସିଂହ କହିଛନ୍ତି ଯେ, ମାମଲାର ଯାଞ୍ଚ ଚାଲିଛି । ଅଭିଯୁକ୍ତ ଜଣକ କବାଟ ବନ୍ଦ କରି ଡିଜିଙ୍କ ହତ୍ୟା କରିଥିଲା । ଲୋହିଆ କିଛି ଦିନ ହେବ ସାଙ୍ଗ ଘରେ ରହୁଥିଲେ । ଅଭିଯୁକ୍ତ ଜଣକ ଆକ୍ରାମକ ଓ ଅସ୍ଥିର ବ୍ୟକ୍ତି ଥିବା ସେ କହିଛନ୍ତି । ଏହା ବ୍ୟତୀତ କିଛି ରିପୋର୍ଟରେ ଏସ୍କର-ଏ-ତୈୟବା ସହ ଜଡ଼ିତ କିଛି ନାଁ ସାମ୍ନାକୁ ଆସିଛି ।

ତେବେ ଡିଜି ଜେଲ ହେମନ୍ତ ଲୋହିଆଙ୍କ ଶବ ଜାମ୍ମୁର ଉଦୟବାଲାରେ ଥିବା ତାଙ୍କୁ ଘରୁ ଜବତ ହୋଇଛି । ତାଙ୍କ ଗଳା କାଟି ହତ୍ୟା କରାଯାଇଛି । ଏହା ବ୍ୟତୀତ ଶରୀରରେ ଆଘାତ ଓ ଜଳିବାର ଚିହ୍ନ ରହିଛି । ଚାକର ୟାସିର ହତ୍ୟା କରିବା ପରେ ଶବକୁ ଜାଳିବାକୁ ଚେଷ୍ଟା କରିଥିଲା । ପୋଲିସ ଏହି ମାମଲାରେ ୟାସିରକୁ ଗିରଫ କରିଥିବା ବେଳେ ପଚରାଉଚରା ଜାରି ରଖିଛି ।

Get real time updates directly on you device, subscribe now.