fbpx

ହଜାରେ ହାତର ଅଧିକାରୀ ଥିଲେ ଏହି ମହାବୀର: ତିନି ଲୋକକୁ ଜିତିବାର ଇଚ୍ଛାରେ କରିଥିଲେ ଆକ୍ରମଣ

ଏବେ ଦଶହରାର ପର୍ବ ଚାଲିଛି । ଆଉ ଦଶହରାର କଥା ଉଠିଲେ ରାବଣର ଚିତ୍ର ଆଖି ଆଗକୁ ଚାଲିଆସେ । ଏହାପରେ ଆମେ ରାବଣର ବଳ, ମାୟା, ଭକ୍ତି ସହି ଯୋଡ଼ି ହୋଇ ରହିଥିବା କଥା ବିଷୟରେ ଚିନ୍ତା କରିଥାନ୍ତି । ରାବଣ କେମିତି ୧୦ ମହାବିଦ୍ୟାରେ ପାରଙ୍ଗମ ହେଲେ ସେହି ସବୁ ପ୍ରଶ୍ନ ଆମମୁଣ୍ଡରେ ଆସିଥାଏ । ରାବଣର ୧୦ ମୁଣ୍ଡ ରହିଥିବା ପୁରାଣରେ ଉଲ୍ଲେଖ ରହିଛି । ବୋଧହୁଏ ଏଥିପାଇଁ ଲୋକେ କୁହନ୍ତି ରାବଣ ପାଖରେ ୧୦ ମହାବିଦ୍ୟା ଥିଲା । କିନ୍ତୁ ଶାସ୍ତ୍ରରେ ଆହୁରି ମଧ୍ୟ ଅନେକ ବୀର ଯୋଦ୍ଧା ମାନେ ରହିଛନ୍ତି । ଯେଉଁ ମାନଙ୍କ ପାଖରେ ଅଜସ୍ର ବଳ ଥିଲା ।

କଣ ଆପଣମାନେ କେବେ ଏକ ହଜାର ହାତ ଥିବା ମହାବୀରଙ୍କ ବିଷୟରେ ଶୁଣିଛନ୍ତି କି? ଅର୍ଜୁନ ଏମିତି ଜଣେ ବୀର ଥିଲେ, ଯାହାଙ୍କର ହଜାରେ ହାତ ଥିଲା । କାର୍ତ୍ତବୀର ଅର୍ଜୁନ ଯାହାଙ୍କୁ ସତାଭିର ଅର୍ଜୁନ ବୋଲି ମଧ୍ୟ କୁହାଯାଏ ଏବଂ ଆଉ ଜଣେ ଥିଲେ ବାଣାସୁର । ତାଙ୍କର ମଧ୍ୟ ହଜାରେ ହାତ ରହିଥିଲା । ମହାଭାରତରେ ସହସ୍ରାର୍ଜୁନ ଏବଂ ବାଣାସୁରଙ୍କ ବିଷୟରେ ଉଲ୍ଲେଖ ରହିଛି । ଦତ୍ତାତ୍ରେୟ ଭଗବାନଙ୍କୁ ସହସ୍ରାର୍ଜୁନ ପ୍ରସନ୍ନ କରି ହଜାରେ ହାତର ଅଧିକାରୀ ହୋଇଥିଲେ । ଯେଉଁଥିପାଇଁ ତାଙ୍କ ପାଖରେ ଅପାର ଶକ୍ତି ଆସିଥିଲା । ଯାହା ଫଳରେ ରାବଣଙ୍କୁ ପରାସ୍ତ କରିଥିଲେ ସହସ୍ରାର୍ଜୁନ । କିଛି ପୁରାଣରେ ଏହା ମଧ୍ୟ ଲେଖାଯାଇଛି କି ସହସ୍ରାର୍ଜୁନ ତିନି ଲୋକକୁ ଜିତିଯାଇଥିଲେ । ବିଭିନ୍ନ ଅସ୍ତ୍ର ଦ୍ୱାରା ଭଗବାନଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ ସହସ୍ରାର୍ଜୁନ । ଦେବଙ୍କ ରାଜା ଇନ୍ଦ୍ରଙ୍କୁ ତାଙ୍କ ପତ୍ନୀ ସାଚିଙ୍କ ସାମ୍ନାରେ ଅପମାନ କରିଥିଲେ ବୋଲି ମଧ୍ୟ ପୁରାଣରେ ଲିପିବଦ୍ଧ ହୋଇ ରହିଛି । ଶେଷରେ ସହସ୍ରାର୍ଜୁନଙ୍କ ବଦ୍ଧ ପର୍ଶୁରାମଙ୍କ ହାତରେ ହୋଇଥିଲା ।

ସେହିପରି ବାଣାସୁରର ମଧ୍ୟ ହଜାରେ ହାତ ଥିଲା । ବାଣାସୁର ଭଗବାନ ଶିବଙ୍କୁ ପ୍ରସନ୍ନ କରି ହଜାରେ ହାତ ଏବଂ ଶକ୍ତିର ବରଦାନ ହାସଲ କରିନେଇଥିଲା । ସବୁଠାରୁ ବଡ଼ କଥା ହେଉଛି ବାଣାସୁର ଏହି ବର ମଧ୍ୟ ପାଇଥିଲା କି ଯେତେବେଳେ ସେ ସଂକଟରେ ଥିବ ସେତେବେଳେ ଭଗବାନ ଶିବ ତାର ରକ୍ଷା କରିବା ପାଇଁ ସ୍ୱୟଂ ପ୍ରକଟ ହେବେ । ବାଣାସୁରର ହଜାରେ ହାତ ଥିବାରୁ ସେ କାହାଠାରୁ ମଧ୍ୟ ପରାସ୍ତ ହୋଇନଥିଲା । ତାର ଶକ୍ତି ଏବଂ ମାୟା ପାଇଁ ଅହଂକାର ବଢ଼ିବାକୁ ଲାଗିଥିଲା । ବାଣାସୁରର ଅହଂଙ୍କାର ଏତେ ବଢ଼ିଗଲା ଯେ ସେ ନିଜର ଆରାଧ୍ୟ ଦେବତାଙ୍କୁ ମଧ୍ୟ ଅବମାନନା କରିବା ଆରମ୍ଭ କରିଦେଲା । ଶକ୍ତି ବଳରେ ଆନେକ ରାଜା ଋଷିଙ୍କୁ ମଧ୍ୟ ମାରିବାକୁ ଲାଗିଲା । ଆଉ ଯେତେବେଳେ ଭଗବାନ ବିଷ୍ଣୁ ଜନ୍ମ ହୋଇ କୃଷ୍ଣଙ୍କ ରୂପ ନେଇଥିଲେ ସେତେବେଳେ ଯାଇ ବାଣାସୁରର ବଦ୍ଧ ହୋଇଥିଲା । ସୁଦର୍ଶନ ଚକ୍ର ଦ୍ୱାରା ବାଣାସୁରର ସବୁ ହାତକୁ କାଟି ଦେଇଥିଲେ ଶ୍ରୀକୃଷ୍ଣ ।

Get real time updates directly on you device, subscribe now.