fbpx

(Video) ଲୋକଙ୍କୁ ମଦ ଓ ଜୀଅନ୍ତା କୁକୁଡ଼ା ବାଣ୍ଟିଲେ TRS ନେତା: ନେବାକୁ ଲମ୍ବା ଲାଇନ୍…

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରାଷ୍ଟ୍ରୀୟ ଦଳ ଲଞ୍ଚ କରିବାକୁ ଯାଉଛନ୍ତି । ଯାହାକୁ ନେଇ ତାଙ୍କ ଦଳ ତଥା କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଆଉ ଏହି ଉତ୍ସାହ ଏଭଳି ରହିଛି ଯେ ଦଳର ଜଣେ ନେତା ଲୋକଙ୍କୁ ମଦ ଏବଂ ଜିଅନ୍ତା ଚିକେନ୍ ବା ଜୀଅନ୍ତା କୁକୁଡ଼ା ବଣ୍ଟାଯାଉଛି । ଆଜ୍ଞା ହଁ ,ମଦ ଏବଂ ଜୀବନ୍ତ କୁକୁଡ଼ା ବାଣ୍ଟୁଥିବା ଟିଆରଏସ (TRS Leader) ନେତା ରାଜନାଲା ଶ୍ରୀହାରିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଆଉ ଏହି ଭିଡିଓକୁ ନେଇ ଏନେଇ ବିବାଦ ଆରମ୍ଭ ହୋଇଯାଇଛି ।

ସେ ମଙ୍ଗଳବାର ନିଜର ପୂର୍ବ ନିର୍ବାଚନୀ କ୍ଷେତ୍ରରେ ୱାରଙ୍ଗଲରେ ଦଶହରା ଅବସରରେ ଲୋକଙ୍କୁ ମଦ ଏବଂ ଚିକେନ୍ ବାଣ୍ଟିଥିଲେ । ଭାଇରାଲ ଭିଡିଓରେ କୁକୁଡ଼ା ଏବଂ ମଦ ନେବା ପାଇଁ ଲୋକଙ୍କ ଲାଇନ୍ ଲାଗିଥିବା ଦେଖାଯାଉଛି । ରାଜନାଲା ପ୍ରାୟ ୨୦୦ କୁକୁଡ଼ା ଏବଂ ୨୦୦ ମଦ ବୋତଲ ବିତରଣ କରିଥିଲେ ।

ସୂଚନାଯୋଗ୍ୟ, ଆଜି ଦଶହରା ଅବସରରେ କେସିଆର ତାଙ୍କର ରାଷ୍ଟ୍ରୀୟ ଦଳର ଘୋଷଣା କରିପାରନ୍ତି । ତେଲଙ୍ଗାନା ଭବନରେ ଦଳୀୟ ନେତାଙ୍କ ବୈଠକରେ ଏହି ଘୋଷଣା କରାଯାଇପାରେ । ତେବେ ରାଷ୍ଟ୍ରୀୟ ଦଳ ଘୋଷଣା ସହ କେସିଆର ଜାତୀୟ ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.