fbpx

ବିଜୟା ଦଶମୀରେ ଅଘଟଣ: ବିଦ୍ୟୁତ ନେଲା ୩ ଜୀବନ…

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଜବଲପୁର ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ସେହି ଗ୍ରାମର ସୁକାନ୍ତି ବେହେରା ଲୁଗା ଶୁଖାଉଥିବା ବେଳେ ହଠାତ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ତାଙ୍କୁ ବଞ୍ଚାଇବାକୁ ଯାଇ ପୁଅ ଦିଅର ମଧ୍ୟ ସେହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତକମାନେ ହେଉଛନ୍ତି ସୁକାନ୍ତି ବେହେରା, ତାଙ୍କ ପୁଅ ସୋହନ ବେହେରା ଓ ଦିଅର ସୁଶୀଲ ବେହେରା । ତେବେ ଗୋଟିଏ ପରିବାରର ୩ ଜଣଙ୍କ ଏପରି ଅକାଳ ବିୟୋଗ ଯାହାକି ଅଞ୍ଚଳରେ ଶୋକର ଛାୟା ଖେଲାଇ ଦେଇଛି ।

electric-shock

ଆଜି ସକାଳେ ସୁକାନ୍ତି ନିଜ ଘର ଆଗରେ ଟଣା ଯାଇଥିବା ତାରରେ ଲୁଗା ଶୁଖାଉଥିଲେ। ଉକ୍ତ ତାରଟି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ   ସେଥିରେ ସେ ଲାଗିଯାଇଥିଲେ । ସୁକାନ୍ତିଙ୍କୁ ବଞ୍ଚାଇବାକୁ  ଦିଅର ସୁଶୀଲ ପୁଅ ସୋହନ ଉଭୟ ଚେଷ୍ଟା କରିଥିଲେ । ଫଳରେ ସେମାନେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ତେବେ ଏହା ଦେଖି ଗ୍ରାମବାସୀମାନେ ତୁରନ୍ତ ବିଦ୍ୟୁତ କାଟି ସମସ୍ତଙ୍କୁ ଉଦ୍ଧାର କରିଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଯାହାକି ସାରା ଅଞ୍ଛଳକୁ ସ୍ତବ୍ଧ କରିଦେଇଛି ।

Get real time updates directly on you device, subscribe now.